ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ

174

ଲିପଷ୍ଟିକ ବିନା ମହିଳା ମାନଙ୍କର ପ୍ରସାଧନ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ୍ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବ୍ୟତୀତ ପ୍ରସାଧନ ଖାଲି ଖାଲି ଲାଗେ । କିଛି ମହିଳା ଅନ୍ୟ କୌଣସିି ମେକଅପ୍ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ କିନ୍ତୁ ଲିପଷ୍ଟିକ ଲଗାଇବା ପାଇଁ ଭୁଲନ୍ତି ନାହିଁ । ଯଦି ଆପଣ ବି ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାର କୁପ୍ରଭାବ କ’ଣ ରହିଛି ଜାଣନ୍ତୁ ।

ବୋଧହୁଏ ଆପଣ ଜାଣି ନଥିବେ ଲିପଷ୍ଟିକରେ ସୀସାର ବ୍ୟବହାର ହୋଇଥାଏ, ଯାହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥଯୋଗୁଁ ଆପଣଙ୍କ ମୁଲାୟମ ଓଠ ଶୁଖିଲା ବି ହୋଇଯାଇପାରେ । ଲିପଷ୍ଟିକ ତିଆରିବେଳେ ବ୍ୟବହୃତ ହେଉଥିବା କେମିକାଲ କର୍କଟ ପରି ମାରାତ୍ମକ ରୋଗର ଆଶଙ୍କା ଉପୁଜାଇଥାଏ ।

କର୍କଟ ରୋଗର ଆଶଙ୍କା –

ଲିପଷ୍ଟିକରେ ବହୁତ ମାତ୍ରାରେ ସୀସାର ବ୍ୟହାର ହେୁଥିବା ଯୋଗୁଁ ଏଥିରେ କ୍ୟାନସର ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହଁ ଲିପଷ୍ଟିକ ଶରୀର ଭିତରକୁ ଯାଇ ରୋଗପ୍ରତିରୋଧକ ଶକ୍ତିକୁ କମ କରିଦିଏ ।

ବୃକକ ଜନିତ ରୋଗ –

ଲିପଷ୍ଟିକ ତିଆରି ବେଳେ ସୀସା, କ୍ୟାଡମିୟକ, କ୍ରୋମିୟମ, ଓ ଆଲୁମିନିୟମ ପରି ଧାତୁର ବ୍ୟହାର କରାଯାଏ, ଯାହ ଭୟଙ୍କର ରୋଗ ପାଇଁ ଦାୟୀ ଅଟେ । ବେବଳ ଏତିକି ନୁହେଁ ଲିପଷ୍ଟିକ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ପୁରା ଖରାପ କରିଦେବାର ମଧ୍ୟ ସମ୍ଭାବନା ଥାଏ । ଏଥିରେ ଅଧିକ ମାତ୍ରାରେ କ୍ୟାଡମିୟମ ଥିବା ଯୋଗୁଁ ବୃକକ ଉପରେ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ ।

ତ୍ୱଚା ପାଇଁ କ୍ଷତିକାରକ-

ଲିପଷ୍ଟିକ ବ୍ୟହାର କରିବା ଦ୍ୱାରା ଏଥିରେଥ ଥିବା କେମିକାଲ ଆପଣଙ୍କ ତ୍ୱାଚାକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ବ୍ୟହୃତ ହୋଇଥିବା ମିନେରାଲ ତେଲ ତ୍ୱଚାର ଛିଦ୍ରକୁ ବନ୍ଦ କରିଦିଏ ।

ସ୍ନାୟୁତନ୍ତ୍ରରେ ପ୍ରଭାବ ପକାଏ –

ଲିପଷ୍ଟିକରେ ଭାରି ମାତ୍ରାରେ ମାଗ୍ନେସିୟମ ଥାଏ, ଯାହା ଶରୀରର ଭିତରକୁ ଚାଲିଯାଏ । ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର କରିବା ଯୋଗୁଁ ଅଧିକ ମାତ୍ରାରେ ମାଗେନ୍ସିୟମ ଶରୀର ଭିତରକୁ ଚାଲିଯାଏ ଯାହା ସ୍ନାୟବିକ ପ୍ରକିାରେ ପ୍ରଭାବ ପକାଏ ।