ଓଡିଆ ଝିଅ ଲିପିକାଙ୍କ କମାଲ : ଡାହାଣୀକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କଲେ ଲିପିକା ସିଂହ ଦରାଇ

46

ଅନ୍ଧବିଶ୍ୱାସ ଏବେ ବି ଅନେକଙ୍କ ମନରେ ବସା ବାନ୍ଧିଥିବାବେଳେ ଡାହାଣୀକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଓଡିଆ ଝିଅ ଲିପିକା ସିଂହ ଦରାଇ । ଦିଲ୍ଲୀର ପବ୍ଲିକ ସର୍ଭିସ୍ ବ୍ରଡକାଷ୍ଟିଙ୍ଗ ଟ୍ରଷ୍ଟ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ନାଁ ରହିଛି “”ସମ୍ ଷ୍ଟୋରିଜ୍ ଆରାଉଣ୍ଡ ୱିଚେସ୍” । ମୟୁରଭଂଜ ଏବଂ କେଉଁଝରର କିଛି ସତ୍ୟ ଘଟଣା ଆଧାରରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ଚଳଚ୍ଚିତ୍ରରେ ୩ଟି ଟାଇଟେଲ୍ ର କାହାଣୀକୁ ଉପସ୍ଥାପନ କରିଛନ୍ତି ଲିପିକା ଏବଂ ଚରିତ୍ର ଗୁଡିକୁ ବେଶ୍ ବାସ୍ତବ ଢଙ୍ଗରେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି ବୋଲି ଲିପିକା କହିଛନ୍ତି ।

କାହାଣୀକୁ ନେଇ ଲୋକଙ୍କ ମନରେ ରହିଥିବା ଧାରଣା ଏବଂ କୁସଂସ୍କାରର ଝଲକ୍ ରହିଛି ଏହି ଚଳଚ୍ଚିତ୍ରରେ । ପ୍ରାୟତଃ ୧୧ ଟି ରାଜ୍ୟରେ ବର୍ତମାନ ଡାହାଣୀ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏଥିରେ ରହିଥିବା ସାମାଜିକ ପ୍ରଭାବ ମଧ୍ୟ ଲିପିକାଙ୍କ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।