ଶୀତଦିନେ ଓଠ ଫାଟୁଛି କି ? କିପରି ନେବେ ଯତ୍ନ . . . ଜାଣନ୍ତୁ

59

ଶୀତଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଥଣ୍ଡା ପରିବେଶ ଯୋଗୁ ଆମ ତ୍ୱଚାରେ କେତେକ ପରିବରର୍ତନ ଦେଖାଯାଇଥାଏ । ଅଧିକାଂଶ ଲୋକଙ୍କର ସ୍କିନ ଡ୍ରାଏ ହେବା ସହ ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇଥାଏ । କିନ୍ତୁ ଯଦି ଓଠ ଫାଟେ ତାହେଲେ ଆପଣଙ୍କ ସମସ୍ୟା ଆହୁରି ବଢିଯାଏ । ସୁନ୍ଦର ଓଠ ମୁଖର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ତେବେ ଶୀତ ଦିନେ ଅଧିକାଂଶ ଲୋକଙ୍କର ଓଠ ଫାଟିଥିବାର ଦେଖାଯାଏ । ତେଣୁ ଜାଣନ୍ତୁ ଶୀତ ଦିନେ କିପରି ନେବେ ଓଠର ଯତ୍ନ ।

 

 

 

 

 

 

 

 

 

 

 

 

 

ମହୁ, ନଡିଆ ତେଲ,ଅଲିଭ୍ ତେଲ ଲଗାନ୍ତୁ, ଓଠ କୋମଳ ରହିବ । ଚିନି ଓ ମହୁ ଫଣ୍ଟି, ଓଠରେ ଥାପି, କିଛି ସମୟ ପରେ ଉଷୁମ ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ମୃତକୋଷ ସହଜରେ ବାହାରିଯାଏ । କଳା ପଡିବା, ଫାଟିବା ସମସ୍ୟା ହୁଏନାହିଁ । କଞ୍ଚା ଖିର କିଂବା ଗ୍ଲିସେରିନ, ଗୋଲାପ ପାଖୁଡା ବାଟି ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁଡରେ ଅଲିଭ୍ ତେଲ, ମହୁ ଫେଣ୍ଟି ଲଗାଇପାରିବେ । ଫଟା ଓଠ ପାଇଁ ଲିମ୍ବୁ, ଘିକୁଅାଁରୀ ରସ ଉପକାରୀ । ଏହା ଓଠକୁ ଥଣ୍ଡା ଆର୍ଦ୍ର ରଖେ, ଓଠ ଶୁଖେନାହିଁ, ଫାଟେ ନାହିଁ । ମହୁରେ ଅଧ ଚାମଚ ଜଡ଼ା ତେଲ ଫେଣ୍ଟି ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ, ସୁଫଳ ମିଳିବ । ଏହି ଋତୁରେ ପାଣି ପିଇବା କମାନ୍ତୁ ନାହିଁ । ଏହା ଦ୍ୱାରା ଶରୀରରୁ ଜଳୀୟଅଂଶ କମିଯିବା ସହ ଓଠ ଫାଠିବା, ଅନ୍ୟାନ୍ୟ ତ୍ୱଚା ସମସ୍ୟା ବଢିବ ।