ବାରମ୍ବାର ଲିପ ବାମ ଲଗାଇଲେ କ’ଣ କ୍ଷତି ହୁଏ ଆସନ୍ତୁ ଜାଣିବା !

86

ଓଠକୁ ନରମ ଓ ମୁଲାୟମ କରିବା ପାଇଁ ଆମେ ବାରମ୍ବାର ଲିପବାମ ଲଗାଇ ଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓଠର ସୁନ୍ଦରତା ବଢାଇବା ପରିବର୍ତ୍ତେ ଲିପବାମ ବହୁତ କ୍ଷତି ପହଞ୍ଚାଇପାରେ । ବାରମ୍ବାର ଲିପବାମ ଲଗାଇବା ପରେ ଓଠ ଆଉ ଅଧିକ ଖରାପ ହୋଇଯାଏ । ଲିପବାମରେ କେମିକାଲର ବ୍ୟବହାର ହୁଏ, ସେଥିଯୋଗୁଁ ମଧ୍ୟ ଓଠକୁ କ୍ଷତି ପହଞ୍ଚାଇଥାଏ ।

ପ୍ରତ୍ୟକ ଦିନ ଲିମ ବାମ ବ୍ୟବହାର କଲେ ଓଠ ଫାଟିବା ପରି ସମସ୍ୟା ଦେଖାଯାଏ । ଏକ ଅଧ୍ୟୟନ ଅନୁସାରେ ଲିପବାମରେ ଆଡିକ୍ସନ ପରି କୌଣସି ତତ୍ୱ ନାହିଁ । କିନ୍ତୁ ପ୍ରତିଦିନ ଲିପବାମ ବ୍ୟବହାର କରିବା ଦ୍ୱାରା ଏହାର ଅଭ୍ୟାସ ହୋଇଯାଏ । ଅନ୍ୟପେଟ ଲିପବାମ ଲଗାଇଲେ ଆଲର୍ଜି ହେବାର ସମ୍ଭାବନା ମଧ୍ୟ ଥାଏ । ସୁଗନ୍ଧ ପାଇଁ ଲିପବାମରେ ଯେଉଁ କେମିକାଲ ବ୍ୟହାର ହୁଏ ତାହା ଆଲର୍ଜିର କାରଣ ହୋଇଥାଏ ।