କାହିଁକି ରାଗିଲା ସିଂହ ! ବାନେରଘଟ୍ଟା ବାୟୋଲଜିକାଲ ପାର୍କରେ ଟୁରିଷ୍ଟ ଗାଡିକୁ ଅଟକ ରଖିଲେ ୨ ସିଂହ

77

କାହିଁକି ରାଗିଲା ସିଂହ । ସଫାରି ଗାଡିରେ ସିଂହର ଆକ୍ରମଣ । ଗୋଟିଏ ନୁହେଁ ଦୁଇଟି ସିଂହ, ସଫାରିରେ ଯାଇଥିବା ଇନୋଭା ଗାଡିକୁ ଅଟକ ରଖିଲେ । ଘଟଣାଟି ଘଟିଛି  ବାନେରଘଟ୍ଟା ବାୟୋଲଜିକାଲ ପାର୍କରେ ।

ପର୍ଯ୍ୟଟକମାନେ ଇନୋଭା ଗାଡିରେ ପାର୍କ ଭିତରକୁ ବୁଲିବାକୁ ଯାଇଥିବା ବେଳେ ଏପରି ଘଟଣା ଦେଖିବାକୁ ମିଳିଥିଲା । ଏହି ସମୟରେ ଗୋଟିଏ ସିଂହ କାରର ଆଗ ପାଖକୁ ଚାଲିଆସିଛି । ପରେ କାରଟି ଅଟକି ଯାଇଥିବା ଦେଖି ପଛପଟୁ ଆଉ ଏକ ସିଂହ କାର ନିକଟକୁ ଚାଲିଆସି, କାର ଉପରକୁ ଆକ୍ରମଣ କରୁଛି ।

ପାର୍କ ଭିତରେ ସିଂହଟକିୁ ଦେଖି ପର୍ଯ୍ୟଟକଙ୍କୁ ଖୁସି କରିବାକୁ ଯାଇ ଡ୍ରାଇଭର ଜଣକ କାରଟିକୁକୁ ରଖି ଦେଇଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ସିଂହଟି ଗାଡି ଉପରେ ଆକ୍ରମଣ କରିଛି । ପରେ କାରଟି ଆଗକୁ ଗତି କରିଛି । କିଛି ସମୟ ପାଇଁ ସିଂହଟି କାର ପଛରେ ଯିବାପରେ ପୁଣି ଅଟକି ଯାଇଛି । ଏହି ପୁରା ଘଟଣାରେ ନିହାତି ଭାବରେ ସଫାରି ଗାଡିରେ ଥିବା ପର୍ଯ୍ୟଟକମାନେ ଡରି ଯାଇଥିବେ ।

ତେବେ ସିଂହଙ୍କ ଏପରି ଆକ୍ରମଣରେ କେହି ପର୍ଯ୍ୟଟକ ହତାହତ ହୋଇନାହାନ୍ତି । ପୁରା ଘଟଣାଟିକୁ ପଛ ଗାଡିରେ ଥିବା ଡ୍ରାଇଭର ଜଣକ ସୁଟ୍ କରିଛନ୍ତି । ପୂର୍ବରୁ ମଧ୍ୟ ବାନେରଘଟ୍ଟା ବାୟୋଲଜିକାଲ ପାର୍କରେ ଏପରି ସଫାରୀ ଗାଡି ଉପରେ ସିଂହମାନେ ଆକ୍ରମଣ କରିଥିଲେ ।