ଅଶ୍ଳୀଳ ସାଇଟରେ ସ୍ୱେଚ୍ଛାସେବୀ ଲିଙ୍କନ୍ ସୁବୁଦ୍ଧିଙ୍କ ଫଟୋକୁ ନେଇ ବିବାଦ ! ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲିଙ୍କନ୍

30

କନକ ବ୍ୟୁରୋ : ଅଶ୍ଳୀଳ ୱେବସାଇଟରେ ଫଟୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ୍ ହେଲେ ସ୍ୱେଚ୍ଛାସେବୀ ଲିଙ୍କନ୍ ସୁବୁଦ୍ଧି । ମାମଲାରେ ପୋଲିସର ନିଷ୍କ୍ରିୟତା ସଂପର୍କରେ ନବୀନଙ୍କୁ ଭେଟି ଅଭିଯୋଗ କରିଛନ୍ତି ଲିଙ୍କନ୍ । ଏସକର୍ଟ ସେବା ଯୋଗାଉଥିବା ଏକ ଆପତ୍ତିଜନକ ୱେବସାଇଟରେ ତାଙ୍କର ଫଟୋ ଅପଲୋଡ୍ ଘଟଣାରେ ପୋଲିସ ତଦନ୍ତର ବିଳମ୍ବକୁ ନେଇ ସେ ପ୍ରଶ୍ନ କରିଛନ୍ତି ।

ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାର ୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଥିବା ସେ କହିଛନ୍ତି । ଏତଲା ପରେ କେବଳ ପୋଲିସ୍ ସଂପୃକ୍ତ ୱେବସାଇଟରୁ ଫଟୋଗୁଡିକୁ ହଟାଇ ଦେଇଛି । ଗତ ସୋମବାର ଲିଙ୍କନଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଥିଲା । ତେଣୁ ଶେଷରରେ ନିରାଶ ହୋଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବା ସହ ସମସ୍ତ ତଥ୍ୟ ଦେଇଥିବା କହିଛନ୍ତି । ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି ।