ଆଧାର କାର୍ଡ଼ ସହ ସିମ୍ ସଂଯୋଗ କରନ୍ତୁ : ନହେଲେ ଅନେକ ସୁବିଧାରୁ ବଞ୍ଚିତ ହେବେ

24

ମୋବାଇଲ ନମ୍ବର ସହ ଆଧାର କାର୍ଡ଼କୁ ସଂଯୋଗ କରାଇବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ । ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ । ଆଧାର ଅଥରିଟି ୟୁଆଇଡ଼ିଏଆଇ ମୋବାଇଲ ନମ୍ବର ଆଧାର ସହ ଲିଙ୍କ୍ କରିବାର କିଛି ଲାଭ ବିଷୟରେ ବର୍ଣ୍ଣନା କରିଛି । ଏଥିରେ ଶୀଘ୍ର ସିମ୍ ମିଳିବା ସହ ଆଉ ଅନେକ ସୁବିଧା ମିଳେ । ତେବେ ଆସ ନ୍ତୁ ଏହାର ସୁବିଧା ବିଷୟରେ ଆଲୋଚନା କରିବା . . .


– ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ନାମରେ ଫର୍ଜି ସିମ୍ ବାହାର କରିପାରିବେ ନାହିଁ । କାରଣ ସିମ୍ ନେବା ପାଇଁ ବାୟୋମେଟ୍ରିକ୍ କିମ୍ବା ଓଟିପି ଦରକାର ହେବ ।

– ମୋବାଇଲ ନମ୍ବର ଆଧାରରେ ଲିଙ୍କ୍ କରିବା ପରେ ଆପଣଙ୍କ ପାଇଁ ଇ–କେୱାଇସି ଭେରିଫିକେସନ୍ କରିବା ବହୁତ ସଜହ ହୋଇଯାଏ । ଏଥିରେ କେବଳ ଶୀଘ୍ର ସେବା ମିଳିବା ସହିତ ଅନେକ ଦସ୍ତାବିଜ ଦାଖଲ କରିବା ପରି ଅସୁବିଧାରୁ ମଧ୍ୟ ରକ୍ଷାମିଳେ ।

– ୟୁଆଇଡ଼ିଏଆଇ ଅନୁସାରେ ମୋବାଇଲ ନମ୍ବର ସହ ଆଧାର ନମ୍ବର ସହ ସଂଯୋଗ କଲେ, ଆପଣଙ୍କ ମୋବାଇଲ୍ ନମ୍ବର ଅଧିକ ସୁରକ୍ଷିତ ରୁହେ ।

– ସିମ୍ ସହ ଆଧାର ଲିଙ୍କ୍ କରିବା ଦ୍ୱାରା ଘରେ ବସି ମ୍ୟୁଚୁଆଲ ଫଣ୍ଡ ସମେତ ଅନେକ ସେବାର ଲାଭ ଉଠାଇପାରିବେ । ଯଦି ଆପଣଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ଖାତା ଖୋଲିଛନ୍ତି , ତେବେ ଆପଣ ପିପିଏଫ୍ ଖାତା ମଧ୍ୟ ଘରେ ବସି ବସି ଖୋଲିପାରିବେ ।

– ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବା ଦ୍ୱାରା ଆପଣ ଅନେକ ସ୍ଥାନରେ ବିନା ଦସ୍ତାବିଜରେ ଆପ୍ଲିକେସନ ଦେଇପାରିବେ । ଆଉ ଏଥିପାଇଁ ଅନେକ ପ୍ରକାର ଡକ୍ୟୁମେଂଟ ନିଜ ପାଖରେ ରଖିବା ପାଇଁ ପଡ଼ିବ ନାହିଁ ।