ଆଧାର-ସିମ୍ ଲିଙ୍କ୍ : ଏୟାରଟେଲ୍ ଉପଲବ୍ଧ କଲା ତିନୋଟି ନୂଆ ସୁବିଧା, ଦିବ୍ୟାଙ୍ଗମାନେ ଉଠାଇପାରିବେ ଲାଭ

32

ଆଧାର କାର୍ଡ଼କୁ ମୋବାଇଲ ସହ ଲିଙ୍କ୍ କରାଇବା ବାଧ୍ୟତାମଳୂକ ବୋଲି ଘୋଷଣା ହୋଇଛି । ଆଉ ଏଥିପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ସମୟ ସୀମା । ଏହି ସମୟ ସୀମା ଭିତରେ ହିଁ ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କୁ ଲଇଙ୍କ୍ କରିବା ପାଇଁ ପଡ଼ିବ । ତେବେ ଏଥି ମଧ୍ୟରେ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂତନ ସୁବିଧା । ଭାରତୀ ଏୟାରଟେଲ ଆଧାର ଅଥୋରିଟି ୟୁଆଇଡିଏଆଇ ତରଫରୁ ଜାରି ହୋଇଥିବା ଟ୍ରୋଲ ଫ୍ରି ନମ୍ବର ଜରିଆରେ ଏହି ୩ଟି ସୁବିଧା ଜାରି କରାଯାଇଛି । କିନ୍ତୁ ଏହି ୩ଟି ସୁବିଧାକୁ ବରିଷ୍ଠ ନାଗରିକ,ଦିବ୍ୟାଙ୍ଗ ତଥା ପ୍ରବାସୀ ଭାରତୀୟମାନେ ହିଁ ଉଠାଇ ପାରିବେ ।

ଆଧାରର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଯଦି ବରିଷ୍ଠ ନାଗରିକ ପାଇଁ ଅଧିକ ସୁବିଧା ଯୋଗାଇଛି । ୭୦ ବର୍ଷରୁ ଅଧଇକ ବ୍ୟକ୍ତମାନେ ଘରେ ବସ ହିଁ ସିମ ସହ ଆଧାର ଲିଙ୍କ୍ କରିପାରିବେ । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଭିନ୍ନ ସୁବିଧା ମଧ୍ୟ ରହିଛି । ସେମାନେ ଘରେ ବସି ଆଧାର ଭେରିଫାଏ କରିପାରିବେ । ଭାରତୀୟଙ୍କ ପାଇଁ ଏୟାରଟେଲ ସିମକୁ ଭେରିଫାଏ କରିବା ପାଇଁ କମ୍ପାନୀ କେତେକ ସାଧାରଣ ପ୍ରକ୍ରିୟା ଦେଇଛନ୍ତି । ପ୍ରବାସୀ ଭାରତୀୟମାନେ ମଧ୍ୟ ଉଠାଇ ପାରିବେ ଏହି ସୁବିଧା । ସୋମନେଙ୍କ ନିଜ ଏୟାରଟେଲ୍ ଭେରିଫାୟ କରିବା ପାଇଁ କମ୍ପାନୀ ଅଧିକ ସହଜ ପ୍ରକ୍ରିୟା ଦେଇଛି ।

ଏୟାରଟେଲ ଗ୍ରାହକଙ୍କୁ ଏହି ତିନି ସୁବିଧା ନେବା ପାଇଁ ଏୟାରଟେଲ ୱେବସାଇଟକୁ ଯିବାକୁ ପଡ଼ିବ । ଏହାପରେ ଦରକାର ଅନୁସାରେ ବିକଳ୍ପ ବାଛିବାକୁ ପଡ଼ିବ । ଏହାପରେ ପ୍ରକିୟା ଅନୁସରଣ କରି ଏହାର ଫାଇଦା ଉଠାଇ ପାରିବେ ।