ଆଧାର କାର୍ଡ ନାହିଁ ତ କଟିଯାଇପାରେ ଆପଣଙ୍କ ମୋବାଇଲ୍ ନମ୍ବର

90

କନକ ବ୍ୟୁରୋ : ଆସନ୍ତା ମାସରୁ ସମସ୍ତ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ କରାଯିବ ସଂଯୋଗ । ଏପରି ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ଡିପାର୍ଟମମେଂଟ୍ ଅଫ୍ ଟେଲିକମୁନିକେସନ୍ ସମସ୍ତ ଟେଲିକମ୍ ଅପରେଟରଙ୍କୁ ନୋଟିସ୍ ଦେଇଛି । ନୋଟିସ୍ ଅନୁସାରେ ପ୍ରି ପେଡ୍ ହେଉ ବା ପୋଷ୍ଟ୍ ପେଡ୍ ସମସ୍ତ ମୋବାଇଲକୁ ଆଧାର କାର୍ଡ ସହ ସଂଯୋଗ କରି ପ୍ରକୃତ ଉପଭୋକ୍ତାଙ୍କ ପରିଚୟ ପୁନଃ ଭେରିଫାଏ କରାଯିବ ।

ମୋବାଇଲ ନମ୍ବର ଭେରିଫାଏ କରିବାର ଶେଷ ତାରିଖ ହେଉଛି ୬ ଫେବ୍ରୁଆରୀ ୨୦୧୮ । ଯଦି କୌଣସି ନମ୍ବର ଏହି ତାରିଖ ଭିତରେ ଆଧାର ସହ ଲିଙ୍କ୍ ନହୋଇଥାଏ ତେବେ ଏହାକୁ ବେଆଇନ୍ ନମ୍ବର ବୋଲି ଧରାଯିବ । ଏପରିକି ନମ୍ବର କଟିଯିବାର ସମ୍ଭାବନା ଅଛି ।