ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ବିବାଦର ସମାଧାନ ! ୨୪ ଘଂଟା ପରେ ମନ୍ଦିରରେ ଆରମ୍ଭ ହେଲା ନୀତି

36

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ନୀତିରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଛି । ଖୋର୍ଦ୍ଧା ଏଡିଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ମହାପ୍ରଭୁଙ୍କ ନୀତି କେଉଁ କାରଣ ପାଇଁ ବନ୍ଦ ହୋଇଥିଲା ତାହାକୁ ତର୍ଜମା କରାଯାଇଛି । ଯେଉଁମାନେ ଏହି ବିଭ୍ରାଟରେ ସଂମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।

ତେବେ ବୈଠକରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ବଡୁ ନିଯୋଗର କର୍ମକର୍ତ୍ତାମାନେ ଆଗକୁ ମହାପ୍ରଭୂଙ୍କ ନୀତିକୁି ସୁରୁଖୁରୁରେ ସମ୍ପାଦନ କରିବାକୁ ପ୍ରତିଶ୍ରୁତିି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଏଗଜୁକ୍ୟୁଟିଭ ଅଫିସରଙ୍କ ସହିତ ଅନ୍ୟ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ୧୨ ବର୍ଷ ପରେ ଅନୁଷ୍ଠିତ ହେଉଥିବ ବାରୁଣି ସ୍ନାନକୁ ବିବାଦ କାରଣରୁ ମହାପ୍ରଭୁ ଯାଇନଥିଲେ । ଯାହାକୁ ନେଇ ଏଭଳି ସମସ୍ୟା ଉପୁଜିଥିଲା ।