ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ ଜିଦରେ ଅଟଳ ପ୍ରଶାସନ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବ୍ଲୁ ପ୍ରିଂଟ୍ ଓ ପ୍ରଭାବିତଙ୍କ ପାଇଁ ପ୍ୟାକେଜ

88

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ ଜିଦରେ ଅଟଳ ପ୍ରଶାସନ । ଜାରି ରହିବ ମନ୍ଦିର ଚାରିପାଖରେ ବେଆଇନ୍ ଜବରଦଖଲ ଉଚ୍ଛେଦ । ତେବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିସନର । ଏହାରି ଭିତରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ, ଲିଙ୍ଗରାଜ ମନ୍ଦିରର ଉନ୍ନତି ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଂଟ୍ ଘୋଷଣା କରିପାରନ୍ତି । ଏଥିରେ ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର କଣ ଯୋଜନା କରିଛନ୍ତି , ସେନେଇ ସମସ୍ତ ବିବରଣୀ ରହିଛି । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଉଚ୍ଚେଦ ହେବାକୁ ଥିବା ଲୋକଙ୍କ ପାଇଁ ପ୍ୟାକେଜ ବି ଘୋଷଣା ହେବ ।

ଗତକାଲି ଏନେଇ ସଙ୍କେତ ଦେଇଛନ୍ତି ବିଏମ୍ସି କମିଶନର । ସେ କହିଛନ୍ତି, ଚିହ୍ନଟ ହୋଇଥିବା ପ୍ରକୃତ ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ । ଏପରିକି ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ନୂଆ ଘର ମିଳିବା ଯାଏ ଅସ୍ଥାୟୀ ଯାଗା ଦିଆଯିବ । ଏସବୁ ଭିତରେ ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ଲିଙ୍ଗରାଜ ବ୍ଲୁପ୍ରିଂଟ୍ ଏବଂ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଉପରେ । ଯାହା ସାମନାକୁ ଆସିବା ପରେ ଏକାମ୍ର କ୍ଷେତ୍ରରେ ଜୋର ଧରିବ ଜବର ଦଖଲ ଉଚ୍ଛେଦ ।