ଗର୍ଭଗୃହରେ ପୋଲିସ ବାବୁଙ୍କ ଅଶାଳୀନ ବ୍ୟବହାର ଘଟଣା ! ପୁଲିସ କମିସନର କହିଲେ, ଡିସିପିଙ୍କୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ

21

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ପୁଲିସବାବୁଙ୍କ ଅଶାଳୀନ ବ୍ୟବହାର ପ୍ରସଙ୍ଗ । ଡିସିପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ପୁଲିସ କମିଶନର ୱାଇ ବି ଖୁରାନିୟା । ତେବେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।

ଗତକାଲି ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ପୁଲିସ ବାବୁଙ୍କ ଅଶ୍ଳୀଳ ଆଚରଣକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଏହାକୁ ନେଇ ପୁଲିସ ଓ ସେବାୟତ ମୁହାଁମୁହିଁ ହେବା ସହ ଗାଳିଗୁଳଜ ଭଳି ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା ।

ଧିରେନ ସାହୁ ନାମକ ଜଣେ ପୁଲିସ କର୍ମଚାରୀ ସେବାୟତଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ସେବାୟତ ଅଭିଯୋଗ କରିଥିଲେ । ଏହାକୁ ନେଇ ସେବାୟତ ମାନେ ପ୍ରତିବାଦ କରିବାରୁ ଉତେଜନା ପ୍ରକାଶ ପାଇଥିଲା । ତେବେ ବାରମ୍ବାର ପୁଲିସ କର୍ମୀ ଜଣକ ଭକ୍ତଙ୍କୁ ମଧ୍ୟ ଖରାପ ପ୍ରଦର୍ଶନ କରନ୍ତି ବୋଲି ସେବାୟତ ମାନେ ଅଭିଯୋଗ କରିଛନ୍ତି ।