ଭାଙ୍ଗିଲା ପରମ୍ପରା: ବିଳମ୍ବିତ ରାତିରେ ଏକାକୀ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସେବାୟତଙ୍କ ବିବାଦରୁ ଭାଙ୍ଗିଲା ପରମ୍ପରା । ବିନ୍ଦୁ ସାଗରରେ ଏକାକୀ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ । ଗତକାଲି ଦିନତମାମ କପିଳନାଥଙ୍କ ଅପେକ୍ଷା ସତ୍ୱେ ତାଙ୍କ ସେବାୟତମାନେ ବିନ୍ଦୁସାଗରକୁ ଆସିନଥିଲେ । ଏପଟେ ପ୍ରଭୁ କପିଳନାଥଙ୍କୁ ଚାପ ଖେଳିବାକୁ ଆଣିବା ଦାବିରେ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିରହିଥିଲେ । ତେବେ ପରମ୍ପରା ଭାଙ୍ଗିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତିରେ ଏକାକୀ ଚାପ ଖେଳିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ସେପଟେ ମଣିକର୍ଣ୍ଣିକା ପୁଷ୍କରିଣୀରେ ବି ଚାପ ଖେଳିଥିଲେ ପ୍ରଭୁ କପିଳନାଥ । କିନ୍ତୁ ପରମ୍ପରା ଭଙ୍ଗ କରିଥିବାରୁ କପିଳନାଥ ଟ୍ରଷ୍ଟ ବୋର୍ଡ ନାଁରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି ଲିଙ୍ଗରାଜ ଟ୍ରଷ୍ଟବୋର୍ଡ । ପରମ୍ପରା ଅନୁସାରେ ପ୍ରଭୁ କପିଳନାଥ ଆସିବାପରେ ବିନ୍ଦୁ ସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ଏକାଠି ଚାପ ଖେଳିଥାନ୍ତି ।