ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ

30

ନବରଙ୍ଗପୁର : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଗାଣ୍ଡାଡିହି ଗାଁରେ । ମୃତକମାନେ ହେଲେ  ବିଜୟ ହରିଜନ, ଉପେନ୍ଦ୍ର ହରିଜନ ଓ ରାଜୁରାମ ହରିଜନ । ଅନ୍ୟଜଣେ ଜଗନ୍ନାଥ ହରିଜନ ଆହତ ହୋଇ ରାଇଘର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ö ତେବେ ସେମାନଙ୍କ ସାଙ୍ଗରେ ଥିବା ଘାସିରାମ ହରିଜନ ସୌଭାଗ୍ୟ କ୍ରମେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି । ଏହି ପାଂଚ ଜଣ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ ଝଡବର୍ଷା ଆରମ୍ଭ ହୋଇ ବଜ୍ରପାତ ହୋଇଥିଲା । ଏଥିରେ ୪ଟି ଛେଳି ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।