୧୪ ଜିଲ୍ଲାକୁ ବଜ୍ରପାତ ବିପଦ : ସତର୍କ ସୂଚନା ଜାରି କଲେ ଆଞ୍ଚଳିକ ପାଣିପାଗ ବିଭାଗ

43

କନକ ନ୍ୟୁଜ: ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସନ୍ଧ୍ୟା ୬ ଟା ମଧ୍ୟରେ ରାଜ୍ୟର ୧୬ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ୟ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା କୋରାପୁଟ, ରାୟଗଡା , ଗଜପତି, ଗଞ୍ଜାମ, ନୟାଗଡ, ସମ୍ବଲପୁର, କଟକ , ଖୋର୍ଦ୍ଧା, ଢ଼େଙ୍କାନାଳ, ଜଗତସିଂହପୁର, ମୟୁରଭଞ୍ଜ, ଦେବଗଡ ଭଳି ୧୬ଟି ଜିଲ୍ଲାକୁ ଆଗୁଆ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ଲୋକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ନେଇଛି ଜ୍ରପାତ । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସୁଚନା ମିଳିଛି ।