ରାଜ୍ୟରେ ବଜ୍ରପାତ ନେଇ ସତର୍କ ସୂଚନା ! ୧୮ ଟି ଜିଲ୍ଲାରେ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

45

କନକ ବ୍ୟୁରୋ : ପୁଣି ବଜ୍ରପାତ ଆଲର୍ଟ କରିଛି ପାଣିପାଗ ବିଭାଗ । ଆଜି ଦିନ ୧.୩୦ ରୁ ଅପରାହ୍ନ ୪.୩୦ ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କର୍ଯ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି, ଗଜପତି  ।

ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ଢ଼େର ଅଧିକ । ବିଶେଷ କରି ମେ’ ମାସରୁ ଅଗଷ୍ଟ ମାସ ଭିତରେ ଏହାର ମାତ୍ରା ଅଧିକ । ଆଉ ବଜ୍ରପାତର କିଛି ପ୍ରମୁଖ କାରଣ ହେଲା- – ମୌସୁମୀର ପ୍ରଭାବ । କାଳ ବୈଶାଖୀର ପ୍ରଭାବ । ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ସୃଷ୍ଟି ହେବା ।

ବଜ୍ରପାତରେ ପ୍ରତିବର୍ଷ ଦେଶରେ ଯାଉଛି ପ୍ରାୟ ୨ହଜାର ଲୋକଙ୍କ ଜୀବନ । ଆଉ ଏହି ସଂଖ୍ୟା ଓଡ଼ିଶାରେ ବର୍ଷକୁ ୪ଶହ ବି ଟପିଛି । ଚଳିତବର୍ଷ ଓଡ଼ିଶା ଏପ୍ରିଲରୁ ଏବେ ସୁଦ୍ଧା ୨୫୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୪ବର୍ଷର ହିସାବ କହୁଛି-ଓଡ଼ିଶାରେ ପ୍ରାୟ ୧୬ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ଏସବୁ ଭିତରେ ଲୋକଙ୍କ ପାଇଁ ବଡ ଆହ୍ୱାନ ହୋଇଛି ସଚେତନତା । ଏଯେଉଁ ଟିମ୍ ଗଠନ ହେବ, ତାର ନିଷ୍କର୍ସ ଯାହା ଆସୁ, ଲୋକଙ୍କ ପାଇଁ ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ସଚେତନତା ହିଁ ବର୍ତମାନ ପାଇଁ ବଡ଼ ଅସ୍ତ୍ର ।