ବଜ୍ରପାତ ବିପଦ : ୧୦ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲେ ଆଞ୍ଚଳିକ ପାଣିପାଗ ବିଭାଗ

28

କନକ ନ୍ୟୁଜ: ବଜ୍ରପାତ ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ୭ଟା ୪୫ ମିନିଟ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ୟ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ସମ୍ବଲପୁର, କଟକ , ଖୋର୍ଦ୍ଧା, ଢ଼େଙ୍କାନାଳ ଭଳି ୧୦ଟି ଜିଲ୍ଲାକୁ ଆଗୁଆ ସତର୍କ ରାଇଛି ପାଣିପାଗ ବିଭାଗ ।

thunderstorm

ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ଲୋକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ନେଇଛି ଜ୍ରପାତ । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସୁଚନା ମିଳିଛି ।