ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୮ ଜଣଙ୍କର ମୃତ୍ୟୁ !

19

କନକ ବ୍ୟୁରୋ : ବ୍ରଜାଘାତ ନେଲା ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତରେ ଅନେକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଛନ୍ତି । କେବଳ ଉତ୍ତର ଓଡ଼ିଶାର ୩ଟି ଜିଲ୍ଲାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜରେ ୧୧ଜଣଙ୍କର ଜୀବନ ଯାଇଥିବାବେଳେ ୭ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଳାରେ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରେ ୪ ଓ ମୟୁରଭଂଜରେ ୨ଜଣ ପ୍ରାଣ ହରାଇଛନ୍ତି । ବଜ୍ରାଘାତରେ ବାଲେଶ୍ୱର ଓ ଭଦ୍ରକର ୭ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।