ଅଧଘଣ୍ଟା ଆଗରୁ ମିଳିବ ବଜ୍ରପାତର ସୂଚନା ! ଜର୍ମାନ ସଂସ୍ଥା ଆର୍ଥ ନେଟୱର୍କ ସହ ଆଲୋଚନା କଲେ ରାଜ୍ୟ ସରକାର

25

କନକ ବ୍ୟୁରୋ : ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ଅଧିକ ମାରାତ୍ମକ ବଜ୍ରପାତର ମୁକାବିଲା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏଣିକି ବଜ୍ରପାତର ହେବ ଭବିଷ୍ୟବାଣୀ । ଏପରିକି ଅଧଘଂଟା ଆଗରୁ ଜାଣିହେବ ଯେ, ନିର୍ଦ୍ଦିଷ୍ଟ କେଉଁ ଅଂଚଳରେ ଏବଂ କେତେବେଳେ ହେବ ବଜ୍ରପାତ । ଯାହା ଫଳରେ ଲୋକଙ୍କୁ ସଚେତନ କରି ମୃତ୍ୟୁହାର କମ୍ କରିପାରିବେ ସରକାର । ଏଥିପାଇଁ ଆଜି ସଚିବାଳୟରେ ସରକାରଙ୍କ ସହ ଆଲୋଚନା କରିଛନ୍ତି ଜର୍ମାନ ସଂସ୍ଥା ଆର୍ଥ ନେଟୱର୍କ ।

ଏଣିକି ବଜ୍ରପାତରୁ ମିଳି ପାରିବ ଆଶ୍ୱସ୍ଥି । ନିର୍ଦ୍ଦିଷ୍ଟ କେଉଁ ଜାଗାରେ ଓ କେତେ ବେଳେ ବଜ୍ରାପାତ ହେବ ସେନେଇ ମିଳି ପାରିବ ତଥ୍ୟ । ଲାଇଟିଂ ଡିଟେକ୍ସନ ସର୍ଭିସ ମାଧ୍ୟମରେ ବଜ୍ରପାତର ୩୦ ମିନିଟ ପୂର୍ବରୁ ମିଳିବ ସଂପୂର୍ଣ୍ଣ ସୂଚନା । ସେହି ତଥ୍ୟକୁ ଓଏସଡିଏମଏ କାର୍ଯ୍ୟାଳୟକୁ ପଠାଯିବ । ପରବର୍ତି ପର୍ଯ୍ୟାୟରେ ସେହି ଅଂଚଳକୁ ଟିଭି, ସୋସିଆଲ ମିଡିଆ, ମ୍ୟାସେଜ ମାଧ୍ୟମରେ ସଚେତନ ଓ ସତର୍କ କରାଯିବ ।

ବଜ୍ରାପାତର ଏଭଳି କିଛି ମୁକାବିଲା କରିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର । ଆର୍ଥ ନେଟଓାର୍କ ଏକ୍ସପର୍ଟ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଆର୍ଥ ନେଟଓାର୍କ ସଂସ୍ଥା ବିଶ୍ୱର ୯୦ଟି ଦେଶର ବଜ୍ରପାତର ମୁକାବିଲା ପାଇଁ କାମ କରିସାରିଛି । ଭାରତରେ ମଧ୍ୟ ଆନ୍ଧ୍ର ପ୍ରଦେଶ. କର୍ଣ୍ଣାଟକ, ପଶ୍ଚିମବଙ୍ଗରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛି । ଏହି ସଂସ୍ଥା ଓଡିଶାରେ କାମ କରିବା ପାଇଁ ଖୁବଶୀଘ୍ର ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ।
ଅନ୍ୟପଟେ ଉଦବେଗଜନକ ସ୍ଥିତିରେ ପହଂଚିଛି ଓଡିଶାର ବଜ୍ରାଘାତ ମୃତ ସଂଖ୍ୟା । ୨୦୧୭-୧୮ରେ ପଂହଚିଛି ମୃତ୍ୟୁ ସଂଖ୍ୟା ୪୫୬ରେ । ଯାହା ପୂର୍ବଥରଠାରୁ ଅଧିକ ୧୫ ଗୁଣା । କେନ୍ଦୁଝର ଓ ମୟୁରଭଂଜନ ସହିତ ଉପକୂଳ ଓଡିଶାରେ ଅଧିକ ବଜ୍ରାପାତ ହେଉଛି ।