ପୁରୀ ଜିଲ୍ଲା କାକଟପୁର ଶୁକପୋଖରୀ ଗାଁରେ ଅଭାବନୀୟ ଘଟଣା ! ବଜ୍ରପାତ ପ୍ରଭାବରୁ ଅଳ୍ପକେ ବର୍ତିଗଲେ ପୁରା ପରିବାର

45

କନକ ବ୍ୟୁରୋ : ଘର ଉପରେ ପଡ଼ିଲା ବଜ୍ରପାତ । ଅଳ୍ପକେ ବର୍ତିଗଲେ ପୁରା ପରିବାର । ପୁରୀ ଜିଲ୍ଲା କାକଟପୁର ଶୁକପୋଖରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ପୁରା ପରିବାର ଲୋକ ଘରେ ବିଶ୍ରାମ ନେଉଥିବା ବେଳେ ହଠାତ୍ ବ୍ରଜପାତ ହୋଇଥିଲା । ଏଥିରେ ପ୍ରହଲ୍ଳାଦ ସ୍ୱାଇଁ ଏବଂ ତାଙ୍କ ଭଉଣୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି । ଏହି ଘଟଣା ପରେ ଉଭୟଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ଆଉ ମଧ୍ୟ ବଜ୍ରପାତରେ ସେ ଘରେ ଥିବା ଟିଭି ଓ ଫ୍ୟାନ ଆଦି ଫୋଡି ନଷ୍ଟ ହୋଇଯାଇଛି । ଘରର ବିଦ୍ୟୁତ୍ କନେକ୍ସନରେ ବ୍ୟାହତ ହୋଇଛି । ଇଲେକ୍ଟ୍ରିକ ବୋର୍ଡ ନଷ୍ଟ ହୋଇଯାଇଛି । ଘରର ଆଜବେଷ୍ଟସ ଛାତ ଭାଂଗି ଚୁନା ହୋଇଯାଇଛି । ପ୍ରହଲ୍ଲାଦ ସ୍ୱାଇଁ, ଯିଏ ଏହି ବଜ୍ରପାତ ଘଟଣାରେ ଆହତ ହୋଇଛନ୍ତି । ବଜ୍ରପାତରୁ ବତ୍ତିଯାଇଥିବା ପ୍ରହଲ୍ଲାଦ କହିଛନ୍ତି କେମିତି ଥିଲା ବଜ୍ରପାତର ପ୍ରଭାବ ଓ କେମିତି ସେ ହୋଇଥିଲେ ଆଘାତ । ସେ ଶୋଇଥିଲେ  । ହଠାତ୍ ତାଙ୍କର ମା’ଙ୍କର କହିବାର ଶଦ୍ଦ ଶୁଣିବାକୁ ପାଇଲେ, ‘ମୋ ପିଲା , ମୋ ପିଲା ବୋଲି ତାଙ୍କ ମା’ ଡାକିଥିଲେ । ’ ଆଉ ମା’ଙ୍କର ଡାକରେ ପ୍ରହଲ୍ଲାଦ ନିଦରୁ ଉଠିପଡିଥିଲେ । ତାଙ୍କୁ ବହୁତ ଆଘାତ ଲାଗିଥିଲା । ସେ ସେଠାରୁ ହଲି ପାରିଲେ ନାହିଁ ।

କିଛି ସମୟରେ ଯେତେବେଳେ ସେ ଘରର ଦୁଆର ମୁହଁକୁ ଆସିଛନ୍ତି , ଆଉଥରେ ସକ୍ ଲାଗିଥିଲା । ବାହାରକୁ ଆସି ଚାଲିଲା ବେଳକୁ ଚାଲିପାରିଲେ ନାହିଁ ବଜ୍ରପାତର ପ୍ରଭାବରେ ତାଙ୍କର ଡାହାଣ ପଟ ଗୋଡ ଓ ହାତ ଆଉ କାମ କଲାନି । ଏହାପରେ ପ୍ରହଲ୍ଲାଦଙ୍କର ଜଣେ ସଂପର୍କୀୟ ଭାଇ ତାଙ୍କୁ ଡାକ୍ତରଖାନକୁ ନେଇଯାଇଥିଲେ ।

ଆଉ ଏସବୁ ଭିତରେ ଆଜି ପାଇଁ ଜାରି ହୋଇଛି ବଜ୍ରପାତ ପାଇଁ ସତର୍କ ସୂଚନା । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ୧୬ଟି ଜିଲ୍ଲାର ଲୋକଙ୍କୁ ଏନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଲୋକଙ୍କୁ ସତର୍କ ରଖିବାକୁ କୁହାଯାଇଛି ।