ଲିଫ୍ଟରେ ଯାଉଥିବା ସମୟରେ ହଠାତ୍ ଅଟକିଗଲେ କରିବେ କ’ଣ ? ଡରିବାର କୌଣସି ଆବଶ୍ୟକତା ନାହିଁ କରନ୍ତୁ ଏହି କାମ, ୩ ମିନିଟରେ ଖୋଲିଯିବ ଗେଟ୍ ।

350

ଏମିତି ଅନେକ ସମୟରେ ଦେଖାଯାଏ ଯେ ଲିଫ୍ଟ ଭିତରେ ଲୋକ ଥିବେ ଏବଂ ଅଚାନକ ଲିଫ୍ଟ ବନ୍ଦ ହୋଇଯାଏ । ବେଳେବେଳେ କିଛି ଲୋକ ଲିଫ୍ଟରେ ଫସିଯିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏମିତି ସ୍ଥିତିରେ କିଛି ଲୋକ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବୁ ଯାହା ଆପଣଙ୍କୁ ଏହି ସ୍ଥିତିରୁ ବଚାଂଇପାରିବ ।

ଟେକ୍ନିକାଲ୍ ଏକ୍ସପର୍ଟଙ୍କ କହିବା ଅନୁସାରେ , ଲିଫ୍ଟ ବନ୍ଦ ହେବା ପରେ ଭିତରୁ ଗେଟ୍ ଖୋଲିବାକୁ ଚେଷ୍ଟା କରନ୍ତୁ ନାହିଁ । ଲିଫ୍ଟ ବନ୍ଦ ହେବା ପରେ ପାୱାର ବେକଅପ୍ ଏବଂ ଅଟୋ ଜେନେରେଟ୍ ସିଷ୍ଟମ ଦ୍ୱାରା ଚଲାଯାଇଥାଏ । ଲାଇଟ୍ ବନ୍ଦ ହେବାର ୧ ମିନିଟ୍ ପରେ ଏହା ଆରମ୍ଭ ହୋଇଯାଇଥାଏ । ଏହି ପ୍ରକ୍ରିୟାରେ ଲିଫ୍ଟ ପାଖରେ ଥିବା ଫ୍ଲୋର ପାଖକୁ ଚାଲି ଯାଇଥାଏ ଏବଂ ଗେଟ୍ ମଧ୍ୟ ଅଟୋମେଟିକ୍ ଖୋଲିଯାଏ । ଏଥିରେ ମାତ୍ର ୩ ମିନିଟ୍ ସମୟ ଲାଗିଥାଏ । ଏଭଳି ସମୟରେ ଅଧିକ ନଡରି ଧର୍ଯ୍ୟର ସହ କାମ କରନ୍ତୁ ଏବଂ ଲିଫ୍ଟର ସବୁ ସ୍ୱିଚ୍ କୁ ଚିପିବା ଭଳି କାମ କରନ୍ତୁ ନାହିଁ । ଯଦି ଏହାପରେ ମଧ୍ୟ ଗେଟ୍ ଖୋଲୁନି ତେବେ ଆଲରାମ୍ ,କଲ୍ କିମ୍ବା ଏମରଜେନ୍ସୀ ସ୍ୱିଚ୍ କୁ ଚିପନ୍ତୁ ଗେଟ୍ କୁ ଭିଡାଓଟରା କରିବାର ଭୁଲ୍ ଆଦୌ କରନ୍ତୁ ନାହିଁ । ଗେଟର କବାଟକୁ ଗୋଡ ହାତରେ ରୋକିବାକୁ ଚେଷ୍ଟା ଆଦୌ କରନ୍ତୁ ନାହିଁ ।