ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲା : ୨୦ ବର୍ଷ ନୁହେଁ ,ଡେରା ମୁଖ୍ୟଙ୍କୁ ଆଜୀବନ କାରାଦଣ୍ଡ ଦାବି

53

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିବା ଡେରା ମୁଖ୍ୟ ରାମ ରହିinaugurating-haryana-organic-february-products-february-gurmeet_6c674a80-8bf6-11e7-a11b-07a9009e9c44ମଙ୍କୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିପାରେ । ଯେଉଁ ୨ ସାଧ୍ୱୀ ବାବାଙ୍କ ମୁଖା ଖୋଲି ସେମାନଙ୍କ ବିରୋଧରେ ହୋଇଥିବା ଅନ୍ୟାୟ ବିରୋଧରେ ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେମାନେ ଆଜି ବାବାଙ୍କୁ ଆଜୀବନ କାରାଦଣ୍ଡ ପାଇଁ ଦାବି କରିଛନ୍ତି ।

୨ ସାଧ୍ୱୀ ପଞ୍ଜାବ ଏବଂ ହରିୟାଣା କୋର୍ଟ ଯାଇ ବାବାଙ୍କୁ ୨୦ ବର୍ଷ ନୁହେଁ, ଆଜୀବନ କାରାଦଣ୍ଡ ଦେବାକୁ ଦାବି କରିଛନ୍ତି। ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ସିବିଆଇ କୋର୍ଟ ଅଗଷ୍ଟ ୨୮ ତାରିଖରେ ବାବାଙ୍କୁ ୨୦ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲେ। ତେବେ ପୀଡିତାଙ୍କ ଦ୍ୱାରା ବାବାଙ୍କୁ ଆଜୀବନ କାରାଦଣ୍ଡ ନେଇ ଆଜି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ସଂଶୋଧିତ ପିଟିସନ୍‌ ଦାଏର କରାଯାଇଥିବା ଦୁଇ ସାଧ୍ୱୀଙ୍କ ଓକିଲ ନବକିରନ ସିଂହ କହିଛନ୍ତି ।

ଓକିଲ ଜଣକ ଯୁକ୍ତି ବାଢିଛନ୍ତି ଯେ ଡେରା ମୁଖ୍ୟଙ୍କୁ ତାଙ୍କ ଭକ୍ତମାନେ ପିତା ଭଳି ମାନୁଥିଲେ କିନ୍ତୁ ବାବା ତାଙ୍କ ପଦର ଅପବ୍ୟବହାର କରି ଭକ୍ତମାନଙ୍କ ବିଶ୍ୱାସ ଭଙ୍ଗ କରିଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ଜରୁରୀ ବୋଲି ଯୁକ୍ତି ବାଢିଛନ୍ତି। ସିବିଆଇ ବିଚାରପତି ଜଗଦୀପ ସିଂହ ଡେରା ମୁଖ୍ୟଙ୍କୁ ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଘୋଷଣା କରିଥିଲେ ।