କଣ ଆପଣ ଜାଣନ୍ତି କି ? ପ୍ରେମର ଏହି ବିଶେଷ ଦିବସଟିକୁ କାହିଁକି ପାଳନ କରାଯାଇଥାଏ

89

ସେହି ବିଶେଷ ଦିନ ଯାହାକୁ ବିଶ୍ୱର କୋଟି କୋଟି ପ୍ରେମୀ ଯୁଗଳ ଚାତକ ପରି ଚାହିଁ ରହିଥାନ୍ତି । କୁହାଯାଏ, ପ୍ରେମର କୌଣସି ପରିଭାଷା ନଥାଏ । ଆଉ ପ୍ରେମ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ମଧ୍ୟ ନଥାଏ । କାରଣ ପ୍ରେମ କୌଣସି କ୍ୟାଲେଣ୍ଡର ଦେଖି କରାଯାଇ ନଥାଏ । ମାତ୍ର ଏହାର କିଛି ଏଭଳି ମୁୂହୁର୍ତ୍ତ ରହିଛି ଯାହା ଆପଣଙ୍କ ଜୀବନକୁ କରିଦିଏ ସବୁଠୁ ଖାସ୍ । ତେବେ ଏହା ଭାଲେଂଟାଇନ୍ ଦିବସ ଭାବରେ ପ୍ରେମୀ ଯୁଗଳଙ୍କ ପାଇଁ ହୋଇଥାଏ ଏକ ସ୍ୱତନ୍ତ୍ର ଦିବସ । ଯାହା ପ୍ରେମର ପବିତ୍ର ବନ୍ଧନକୁ ଆହୁରୀ ମଜଭୁତ୍ କରିବା ସହ ଅମୂଲ୍ୟ ମଧ୍ୟ କରିଦେଇଥାଏ ।

ସାଧାରଣତଃ, ଏହି ଦିନଟି ସେଂଟ୍ ଭାଲେଂଟାଇନ୍ ଉର୍ଦ୍ଦେଶ୍ୟରେ ପର୍ଯ୍ୟବେସିତ । କୁହାଯାଏ, ତୃତୀୟ ଶତାଦ୍ଦୀରେ ରୋମର ଶାସକ ତଥା ରାଜା କ୍ଲାଣ୍ଡିୟସ, ଏକ ପ୍ରକାର ନିୟମ ପ୍ରଚଳନ କରିଥିଲେ କି କୌଣସି ସୈନିକ ବିବାହ କରିପରିବେ ନାହିଁ । କାରଣ ସେ ପ୍ରେମର ଘୋର ବିରୋଧୀ ଥିଲେ । ମାତ୍ର ତାଙ୍କର ଏଭଳି ନିୟମକୁ ପ୍ରତିବାଦ କରିଥିଲେ ସେଂଟ୍ ଭାଲେଂଟାଇନ୍ । ଖାଲି ସେତିକି ନୁହେଁ ରାଜାଙ୍କ ବିପକ୍ଷରେ ଯାଇ ସେ ଅନେକ ପ୍ରେମୀ ଯୁଗଳଙ୍କ ବିବାହ ମଧ୍ୟ କରାଇଥିଲେ । ଆଉ ଯେଉଁଥି ପାଇଁ ତାଙ୍କୁ ମୃତ୍ୟୁର ଘାଟରେ ପାରି ହେବାକୁ ପଡିଥିଲା । ଅର୍ଥାତ୍ ରାଜା ତାଙ୍କ ପ୍ରତି ଉତ୍ କ୍ଷିପ୍ତ ହୋଇ ତାଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ ।

୧୪ ଫେବୃୟାରୀରେ ସେଂଟ୍ ଭାଲେଂଟାଇନଙ୍କୁ ଫାଶି ଦିଆଯାଇଥିଲା । ତାଙ୍କର ମୃତ୍ୟୁ ହୋଇଥିଲା ସତ୍ୟ ମାତ୍ର ସେ ଚିର ଦିନ ପାଇଁ ଅମର ହୋଇ ରହିଯାଇଛନ୍ତି । କାରଣ ତାଙ୍କ ନାଁ ସମଗ୍ର ଜଗତରେ ରଚିଛି ଇତିହାସ । ଖାଲି ସେତିକି ନୁହେଁ, ତାଙ୍କ ମୃତ୍ୟୁର ଏହି ଦିନଟିକୁ ପ୍ରେମ ଦିବସ ଭାବରେ ଲୋକମାନେ ପାଳନ ମଧ୍ୟ କରୁଛନ୍ତି ।

ବାସ୍ତବରେ ପ୍ରେମ ବହୁତ ପବିତ୍ର ଶଦ୍ଦ ଅଟେ । ଆଉ ସେଂଟ୍ ଭାଲେଂଟାଇନ୍ ଥିଲେ ଏହାର ମୁଖ୍ୟ ପକ୍ଷଧର । ସେ କୌଣସି କାମନାର ବଶବର୍ତ୍ତୀ ନଥିଲେ ବରଂ ପ୍ରେମର ପବିତ୍ରତା ଉପରେ ମୃତ୍ୟୁ ସହ ଲଢିବାକୁ ମଧ୍ୟ ପଛାଇ ନଥିଲେ । ଏହି ଦିନଟି ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଯେଉଁମାନେ କି ନିଜ ହୃଦୟ, ଜୀବନ ଓ ବିଶ୍ୱାସକୁ ପ୍ରେମ ଆକାରରେ କାହା ଉଦ୍ଦେଶ୍ୟରେ ସମର୍ପି ଦେଇଛନ୍ତି । ତେବେ ଏହି ଦିନଟି ଛଳ କିମ୍ବା କପଟ ବଦଳରେ ଭରସା, ବିଶ୍ୱାସ, ଓ ସତ୍ୟତା ଉପରେ ପର୍ଯ୍ୟବେସିତ ଅଟେ ।