ରାତିରେ ଭଲ ନିଦ ଚାହୁଁଛନ୍ତି ! ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ନାହିଁ

52

ସାଧାରଣତଃ ରାତି ଭୋଜନ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଆଉ କଣ ଖାଇବା ଅନୁଚିତ୍ ସେଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଫଳରେ ଏହି ସମୟରେ ଆମେ ଏମିତି କିଛି ଖାଦ୍ୟ ଗ୍ରହଣ କରିଥାଉ ଯାହାଦ୍ୱାରା ଠିକ୍ ଭାବରେ ନିଦ ହୋଇନଥାଏ । ଯାହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ନଜର ପକାନ୍ତୁ ରାତି ଭୋଜନ ବେଳେ କଣ ଖାଇବା ଅନୁଚିତ୍ ।

• ପିଜା ଓ ପାସ୍ତାରେ ବ୍ୟବହାର ହେଉଥିବା ଚିଜରେ ମାତ୍ରାଧିକ କ୍ୟାଲୋରୀ ଥାଏ । ଆଉ ଏହାକୁ ରାତିରେ ଖାଇଲେ ପେଟ କାଟିବାର ସମ୍ଭାବନା ଥାଏ ।

• ଅନେକ ଲୋକ ଶୋଇବା ପୂର୍ବରୁ କଫି କିମ୍ବା ଚା ପିଇ ଶୋଇଥାନ୍ତି । ହେଲେ ଏଥିରେ ଥିବା କଫିନ୍ ନିଦ ଉପରେ ପ୍ରଭାବ ପକାଇଥାଏ ।

• ସେହିପରି ରାତିରେ ତେଲ ମସାଲା ଯୁକ୍ତ ଖାଦ୍ୟ ଖାଇଲେ ଏସିଡିଟି ହୋଇଥାଏ । ଫଳରେ ଠିକ୍ ଭାବରେ ନିଦ ହୋଇନଥାଏ ।

• ଶୋଇବା ପୂର୍ବରୁ ଆଲକୋହଲ୍ ନେଲେ ଯଦିଓ ଶୀଘ୍ର ନିଦ ଆସିଥାଏ ହେଲେ ନିଦ ଭଲ ଭାବରେ ହୋଇ ନଥାଏ । କାରଣ ଏହା ପିଇଲେ ବାରମ୍ବାର ପରିସ୍ରା ଲାଗିଥାଏ ଏହାସହ ସକାଳୁ ମଧ୍ୟ ଶୀଘ୍ର ନିଦ ଭାଙ୍ଗିଯାଏ ।

• ସେହିପରି ରାତିରେ କମଳା ଜୁସ୍ ପିଇ ଶୋଇଲେ ଭଲ ଭାବରେ ନିଦ ହୋଇ ନଥାଏ । କାରଣ କମଳାରେ ସାଇଟ୍ରିକ୍ ଏସିଡ୍ ଥାଏ ଯାହା ନିଦ ଉପରେ ପ୍ରଭାବ ପକାଇଥାଏ ।

• ଆଇସ୍ କ୍ରିମରେ ମାତ୍ରାଧିକ ଫ୍ୟାଟ୍ ଓ ସୁଗାର୍ ଥାଏ । ଯାହା ହଜମ ହେବାରେ ସମୟ ଲାଗିଥାଏ ଏବଂ ମୋଟାପଣ ମଧ୍ୟ ବଢାଇଥାଏ ।

• ସେହିପରି ମାତ୍ରାଧିକ ପ୍ରୋଟିନ୍ ଥିବାରୁ ରାତିରେ ମାଂସ ଖାଇଲେ ନିଦ ହୋଇ ନଥାଏ ।