ଏହି ୫ଟି ସଙ୍କେତକୁ ଆଦୌ କରନ୍ତୁନି ଅଣଦେଖା, କୌଣସି ବି ମୁହୂର୍ତ୍ତରେ ନେଇପାରେ ଆପଣଙ୍କ ଜୀବନ । ଜାଣନ୍ତୁ ହାର୍ଟ ଆଟାକର ପ୍ରାରମ୍ଭିକ ଲକ୍ଷଣ

181

ଆପଣ ଅଧିକାଂଶ ଲୋକଙ୍କ ସଂପର୍କରେ ଶୁଣିଥିବେ ଯେଉଁମାନଙ୍କର ମୃତ୍ୟୁ ହାର୍ଟଆଟାକ୍ ଜନିତ କାରଣରୁ ଘଟିଛି । ଏହି ରୋଗ ଏଭଳି ନୁହେଁ ଯେ, କାହାକୁ ବି ହଠାତ୍ ହୋଇଯିବ । ହାର୍ଟ ଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ । ଏସଂପର୍କରେ ନଜାଣିବା କାରଣରୁ ଅଧିକାଂଶ ସମୟରେ ଲୋକେ ଏହାକୁ ଅଣଦେଖା କରିଦେଇଥ।।ନ୍ତି । ଯେଉଁ କାରଣରୁ ଆଗାମୀ ଦିନରେ ତାଙ୍କୁ ହାର୍ଟ ଆଟାକର ସାମ୍ନା କରିବାକୁ ପଡିଥାଏ । ଯଦି ସେହିସବୁ ଲକ୍ଷଣଗୁଡିକୁ ଜାଣି ସଠିକ୍ ସମୟରେ ଚିକିତ୍ସା କରାଯାଏ ତେବେ ହାର୍ଟ ଆଟାକରୁ ଆପଣ ବଂଚିଯାଇ ପାରନ୍ତି । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ହାର୍ଟ ଆଟାକ୍ ଆସିବାର ପାଖାପାଖି ୧ ମାସ ପୂର୍ବରୁ ହିଁ ଶରୀରରେ କିଛି ଲକ୍ଷଣ ପରିଲକ୍ଷୀତ ହୋଇଥାଏ । ତେବେ ଆସନ୍ତୁ ସେହି ସବୁ ଲକ୍ଷଣ ସଂପର୍କରେ ଜାଣିବା…..

ଛାତି ଯନ୍ତ୍ରଣା

ଯଦି ଅଧିକାଂଶ ସମୟରେ ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି କିମ୍ବା ଜଳାପୋଡା ହେଉଛି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ଲକ୍ଷଣ ହୃଦୟ ଜନିତ ସମସ୍ୟା ହୋଇପାରେ ।

ବାରମ୍ବାର ହାଲିଆ ଲାଗିବା

ଯଦି ଆପଣଙ୍କୁ ବିନା କୌଣସି କାରଣରୁ ହାଲିଆ ଲାଗୁଛି ଅର୍ଥାତ୍ ଆପଣ ବିନା କୌଣସି କାମ କରି ବି ଥକାପଣ ଅନୁଭବ କରୁଛନ୍ତି କିମ୍ବା ଦୁର୍ବଳତା ଅନୁଭବ କରୁଛନ୍ତି । ତେବେ ଆପଣଙ୍କୁ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ହୋଇପାରେ । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ ଏବଂ ଏସବୁ ଲକ୍ଷଣ ବିଷୟରେ ଅବଗତ କରାନ୍ତୁ ।

ଶିରାପ୍ରଶିର ନୀଳ ହୋଇଯିବା

ହୃଦୟ ଆମ ସଂପୂର୍ଣ୍ଣ ଶରୀରକୁ ରକ୍ତ ସପ୍ଲାଏ କରିଥାଏ,ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ହାର୍ଟ ଆଟାକ୍ ଆସିବାରେ ଥିବ ତେବେ ଏହି ସମୟରେ ବ୍ଲଡ ସପ୍ଲାଏ କରୁଥିବା ଏହି ଶିରା ଗୁଡିକ ଖୁଲି ଯନ୍ତ୍ରଣା ହୋଇଥାଏ । ଯେଉଁ କାରଣରୁ ଶିରା ପ୍ରଶିରା ନୀଳ ହୋଇଯାଇଥାଏ । ଏହାବ୍ୟତୀତ ପଂଝା ଏବଂ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଏଭଳି ପରିସ୍ଥ୍ିତିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ମୁଣ୍ଡ ବୁଲାଇବା

ସେହିପରି ହାର୍ଟ ଆମର ପୂରା ଶରୀରକୁ ରକ୍ତ ଯୋଗାଇ ଥାଏ । ଯଦିଏ ଏଭଳି ପରିସ୍ଥିତିରେ ରକ୍ତ ସପ୍ଲାଏରେ ହ୍ରାସତା ଚାଲିଆସେ ତେବେ ମସ୍ତିସ୍କରେ ବି ରକ୍ତର ଅଭାବ ହୋଇଥାଏ , ଯେଉଁ କାରଣରୁ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଯାଇଥାଏ ।

ନିଶ୍ୱାସପ୍ରଶ୍ୱାସରେ ସମସ୍ୟା

ଯଦି ଆପଣଙ୍କ ହାତରେ କୌଣସି ସମସ୍ୟା ଦେଖାଦେଉଛି । ତେବେ ଏହି ସମୟରେ କଲିଜାରେ ଠିକ୍ ଭାବରେ ରକ୍ତ ଏବଂ ଅକ୍ସିଜେନର ସପ୍ଲାଏ ହୋଇପାରିନଥାଏ । ଯେଉଁ କାରଣରୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇଥାଏ ।
ତେବେ ଯଦି ଆପଣଙ୍କଠାରେ ଏସବୁଗୁଡିକ ମଧ୍ୟରେ କୌଣସି ବି ଲକ୍ଷଣ ପରୀଲକ୍ଷିତ ହେଉଛି ତେବେ କାଳ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।