ପୁରୁଷଙ୍କ ପାଇଁ ଏକ ସ୍ୱତନ୍ତ୍ର ଟିପ୍ସ : ଗଂଜାପଣରୁ ତୁରନ୍ତ ମିଳିବ ମୁକ୍ତି

114

କେଶ ଝଡିବା ଏବେ ଏକ ସାଧାରଣ ସମସ୍ୟା ହୋଇଗଲାଣି । ମହିଳାଙ୍କଠାରୁ ବେଶି ପୁରୁଷମାନେ ଏହାର ଶିକାର ହେଉଥିବାର ନଜୀର ରହିଛି । କିଛି ପୁରୁଷଙ୍କଠାରେ ଏହି ସମସ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଯାଇଥାଏ କି, ସେମାନଙ୍କ ମୁଣ୍ଡରୁ ପୂରା କେଶ କୁଆଡେ ଗାଏବ ହୋଇଯାଏ । ତେବେ ଏଭଳି ପରିସ୍ଥିତିରେ ଘରୁ ବାହାରକୁ ବାହାରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇପଡେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ବିଶେଷ କରି ପୁରୁଷଙ୍କ କେଶ ଝଡିବାକୁ ନେଇ ଏଭଳି ଏକ ଘରୋଇ ଉପଚାର ସଂପର୍କରେ ଜଣାଇବାକୁ ଯାଉଛୁ , ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।

କେଶ ଝଡିବାର ସବୁଠାରୁ ଚମତ୍କାରୀ ଔଷଧ ହେଉଛି ରସୁଣ । ଏହା କେଶ ଝଡା ରୋକିବା ସହିତ କେଶକୁ ଘନ ଏବଂ କଳା କରିବାରେ ସହାୟତା କରିଥାଏ । ଏଥିରେ ସଲ୍ଫର ମାତ୍ରା ଅଧିକ ରହିଥାଏ , ଯାହା କେଶକୁ ବଢାଉଥିବା କେରେଟିନକୁ ସୃଷ୍ଟି କରିବାରେ ସହଯୋଗ କରିଥାଏ । ଏବେ ଜାଣନ୍ତୁ ମୁଣ୍ଡରେ କେଶ ଉଠାଇବା ପାଇଁ ରସୁଣକୁ କିଭଳି ବ୍ୟବହାର କରିବେ ।

ଗଂଜାପଣ ଦୂର କରିବା ପାଇଁ ସର୍ବପ୍ରଥମେ ୪ ଚାମଚ ରସୁଣ ରସ ଏବଂ ୪ ଚାମଚ ପାଣି ମିଶାଇ ତାକୁ ଫେଂଟନ୍ତୁ । ଏବେ ଏହାକୁ ଭଲ ଭାବରେ ଦିନକୁ ଦୁଇ ଥର ଲେଖାଏଁ ମୁଣ୍ଡରେ ମାଲିସ୍ କରନ୍ତୁ । ପ୍ରତିଦିନ ଏହି ଲେପକୁ ଲଗାଇବା ଦ୍ୱାରା ଗଂଜା ବ୍ୟକ୍ତିଙ୍କ ମୁଣ୍ଡରେ ୪ରୁ ୫ ମାସ ମଧ୍ୟରେ କେଶ ଉଠିଯିବ ।

ସେହିପରି ଗଂଜାପଣ ଦୂର କରିବା ସହିତ ରସୁଣ ରକ୍ତ ପରିସ୍କାର କରିବାରେ ମଧ୍ୟ ସହାୟତା କରିଥାଏ । ଏଥପାଇଁ ଷ ୧ରୁ ୪ କପ ଗରମ ପାଣିରେ ୧ରୁ ୪ ଚାମଚ ରସୁଣ ରସ ମଶାଇ ପ୍ରତିଦିନ ଦିନକୁ ତିନିଥର ଲେଖାଏଁ ପିଇବା ଦ୍ୱାରା ଏହି ସମସ୍ୟା ତୁରନ୍ତ ଠିକ୍ ହୋଇଯାଇଥାଏ ।

ଯଦି ଆପଣଙ୍କ ମୁହଁରେ କୌଣସି ଦାଗ କିମ୍ବା କଳାଜାଇ ରହିଛି । ଏବଂ ଆପଣ ତାକୁ ହଟାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ରସୁଣ ହିଁ ଉପଯୁକ୍ତ । କାରଣ ଏଥିରେ ଥିବା ଆଂଟ ବ୍ୟାକ୍ଟେରିଆର ଗୁଣ ଯୋଗୁଁ ଏହହି ସମସ୍ୟାକୁ ଦୂର କରିବାରେ ସହଯୋଗ କରିଥାଏ ।