ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛନ୍ତି କି ? ତେବେ ବିଦ୍ୟାଳୟରୁ ଫେରିବା ପରେ ପିଲାକୁ କରନ୍ତୁ ଏହି ସବୁ ପ୍ରଶ୍ନ

61

ନିଜ ପିଲାର ଯତ୍ନ ନେବା ବାପା ଓ ମାଙ୍କର କର୍ତ୍ତବ୍ୟ । ସେଥିପାଇଁ ତ ସେମାନେ ସବୁବେଳେ ପିଲାର ସୁନ୍ଦର ଭବିଷ୍ୟତ ନେଇ ଚିନ୍ତାରେ ରହିଥାନ୍ତି । ବିଶେଷକରି ଛୋଟ ଥିବାବେଳେ ସେମାନଙ୍କୁ ନେଇ ସର୍ବଦା ବ୍ୟସ୍ତ ରୁହନ୍ତି । ଏହା ବ୍ୟତୀତ ଏକ ଗରୂତ୍ୱପୂର୍ଣ୍ଣ କଥା ହେଉଛି ଶିକ୍ଷା । ଖାସ କରି ସେମାନେ ବିଦ୍ୟାଳୟରୁ ଫେରିବା ପରେ ସେମାନଙ୍କ ସହିତ କଥା ହେବା ଉଚିତ ଏବଂ ସେମାନଙ୍କ କଥାକୁ ଭଲ ଭାବରେ ଶୁଣିବା ଉଚିତ । ଏହା ଦ୍ୱାରା ପିଲା ଏବଂ ପିତାମାତାଙ୍କ ମଧ୍ୟରେ ସଂପର୍କ ନିବିଡ଼ ହେବା ସହ ପିଲାର ସ୍କୁଲ ସଂପର୍କରେ ସବୁକିଛି ଜାଣିପାରିବେ ।

କାରଣ, ଅଧିକାଂଶ ସମୟରେ ଏପରି ହୋଇଥାଏ କି, ପିଲାମାନେ ଭୟରେ କିଛି କଥା ନିଜ ଘର ଲୋକଙ୍କଠାରୁ ଲୁଚାଇଥାନ୍ତି । ତେଣୁ ଆପଣ ସେମାନଙ୍କ ସହିତ ଭଲରେ କଥା ହେଲେ ସେମାନେ ମଧ୍ୟ ସମସ୍ତ କଥା ପ୍ରକାଶ କରିପାରିବେ । ଯାହା ଦ୍ୱାରା ଆପଣ କିଛି ଭଲ ନିଷ୍ପତ୍ତି ନେବା ସହିତ ଅନ୍ୟ ମାନଙ୍କ ସହିତ ଆଲୋଚନା ମଧ୍ୟ କରିପାରିବେ ।

• ଘରକୁ ବିଦ୍ୟାଳୟରୁ ଫେରିବା ପରେ ଆପଣ ସେମାନଙ୍କ ଗତିବିଧି ଉପରେ ଧ୍ୟାନ ରଖନ୍ତୁ । ଏଭଳି ବ୍ୟବହାର କରନ୍ତୁ ଯେପରି ପିଲା ଆପଣାଛାଏଁ ଆସି ସବୁ କଥା କହିବେ । ଯଦି ସେ ଆପଣଙ୍କୁ ଭୟ କରିବେ ତେବେ କିଛି କହିପାରିବ ନାହିଁ । ଯାହା ଆଗାମୀ ଭବିଷ୍ୟତରେ ଅସୁବିଧାରେ ପକାଇପାରେ ।

• ଆଜିକାଲି ବାପା ମାଆ କେବଳ ପିଲାଙ୍କ ପାଠପଢାରେ ହିଁ ନିଜ କଥାକୁ ସୀମିତ ରଖୁଛନ୍ତି । ଏହା କରିବା ଠିକ୍ କିନ୍ତୁ ଏହା ସହିତ ମଜାଳିଆ କଥା ମଧ୍ୟ ହେବା ଉଚିତ । କିଛି ଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ । ଯାହା ଦ୍ୱାରା ସେମାନଙ୍କ ଉପରେ ଚାପ ବଢିବ ନାହିଁ ଏବଂ ପଢାରେ ମନ ମଧ୍ୟ ଲାଗିବ ।

• ସେହିପରି, ଆପଣଙ୍କ ପିଲା ବିଦ୍ୟାଳୟରେ କାହା କାହା ସହିତ ମିଶିବାଠାରୁ ଆରମ୍ଭ କରି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ବ୍ୟବହାର କଥା ପର୍ଯ୍ୟନ୍ତ ସବୁକିଛି ଜାଣିବାକୁ ଚେଷ୍ଟା କରନ୍ତୁ । କାରଣ ଅନେକ ସମୟରେ ଏଭଳି କିଛି ବିରାଟ ସମସ୍ୟାରେ ଆପଣଙ୍କର ପିଲା ଫସି ଯାଇଥାନ୍ତି କି ଯାହା ଶେଷ ମୁହୂର୍ତ୍ତରେ ହିଁ ଜଣା ପଡିଥାଏ ।