ଆପଣ ଜାଣନ୍ତି କି ? ଫୋନର ଭଲ୍ୟୁମ୍ ବଟନରେ ବି ୧୦ଟି କାମ କରିପାରିବେ

43

mobile--ଆଜିକାଲି ନୂଆ ନୂଆ ମୋବାଇଲ ସବୁ ବାହାରୁଛି । ଆଉ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ ହୋଇଯାଇଛି । ଆପଣ ଜାଣନ୍ତି କି , ଯେଉଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି , ସେଥିରେ ଅନେକ କିଛି କାମ କରିପାରିବେ । ହଁ ଏହା ଅନେକଙ୍କୁ ଜଣାନଥାଏ । ମୋବଇଲର ଭଲ୍ୟୁମ୍ ବଟନ ଦ୍ୱାରା ଆପଣ ଫୋନର ସାଉଣ୍ଡ କମ୍ କରିବା ଓ ବଢାଇବା ସହ ଏମିତି କାମ କରିପାରିବେ ଯାହା ବିଷୟରେ ଆପଣ ଜାଣିନଥିବେ । ଆପଣ ଏହି ବଟନକୁ ଫୋନର ବ୍ରାଇଟନେସ୍ ବଢାଇବା ,ଫ୍ଲାସ୍ ଲାଇଟ୍ ଚଳାଇବା ପାଇଁ , ସାଉଣ୍ଡ ପ୍ଲେ ଓ ପୋଜ , ସ୍କ୍ରିନକୁ ଟର୍ଣ୍ଣ ଅଫ୍ ଭଳି ୧୫ରୁ ୧୬ କାମ କରିପାରିବେ ।

33୧ – ପ୍ରଥମେ ଯେତେବେଳେ ଏହି ଆପ୍ କୁ ଆପଣ ଇନଷ୍ଟାଲ୍ କରୁଛନ୍ତି , ଏହାପରେ ୨-୩ ଟି ଅନୁମତି ମାଗିବ । ଏହାକୁ ଅନୁସରଣ କରି ଆପ୍ କୁ ଖୋଲନ୍ତୁ ।

୨ –ଏବେ ଆକସେସବିଲିଟି କୁ ଅନ୍ କରନ୍ତୁ । ଗୋ ଉପରେ ଟ୍ୟାପ କରନ୍ତୁ ଏବଂ ସେଟିଂକୁ ଯାଇ ଆକସେସବିଲିଟି ଅନ୍ କରିବାକୁ ହେବ ।

୩- ବର୍ତ୍ତମାନ ଭଲ୍ୟୁମ ଅପ୍ , ଭଲ୍ୟୁମ ଡାଉନ୍ ଅପସନ ମଧ୍ୟରୁ ଗୋଟିକୁ ଟ୍ୟାପ୍ କରି ସେଲେକ୍ଟ କରନ୍ତୁ । ଯେଉଁ ଅପସନକୁ ସିଲେକ୍ଟ କରିବେ । ସେହିଥିରେ ହିଁ କାମ କରିବେ ।

23୪- ଏବେ କଷ୍ଟୋମାଇଜ୍ ଅପଶନକୁ ଅନ୍ କରନ୍ତୁ । ତଳେ ସିଙ୍ଗଲ ଟ୍ୟାପ୍ , ଡବଲ୍ ଟ୍ୟାପ୍ , ଲଙ୍ଗ ପ୍ରେସ୍ ଭାବରେ ୩ଟି ଅପଶନ ନଜର ଆସିବ ।

୫ – କୈାଣସି ଗୋଟିଏକୁ ସିଲେକ୍ସନ କରି ଟ୍ୟାପ୍ କରନ୍ତୁ । ଟ୍ୟାପ୍ କରିବା କ୍ଷଣି ଲିଷ୍ଟ ଓପେନ ହେବ । ଏଥି ମଧ୍ୟରୁ ଆପଣ ଭଲ୍ୟୁମ ବଟନରୁ ଯେଉଁ କାମ କରିବାକୁ ଚାହୁଁଛନ୍ତି , ତାକୁ ସିଲେକ୍ଟ କରନ୍ତୁ ।

୬ – ଯଦି ଆପଣ ଫ୍ଲାସଲାଇଟ୍ ସିଲେକ୍ଟ କରିଛନ୍ତି ତ ଏବେ ଭଲ୍ୟୁମ ବଟନକୁ ସିଙ୍ଗଲ ପ୍ରେସ୍ କରିବେ ଲାଇଟ୍ ଜଳି ଉଠିବ । (ସୌଜନ୍ୟ-ଦୈନିକ ଭାସ୍କର)