ମାସ ଅନୁଯାୟୀ ସୂର୍ଯ୍ୟଙ୍କୁ ପୂଜା : ଜାଣନ୍ତୁ କେଉଁ ମନ୍ତ୍ରରେ ପୂଜା କଲେ,କ’ଣ ଫଳ ମିଳେ

148

ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସବୁକୁ ନିୟନ୍ତ୍ରଣ କରିଥାନ୍ତି । ଆମର ସଂସ୍କୃତି ଓ ପରମ୍ପରାରେ ସୂର୍ଯ୍ୟ ପୂଜାର ମାହାତ୍ମ ରହିଛି । ବର୍ଷକ ବାର ମାସ ଅନୁଯାୟୀ ସୂର୍ଯ୍ୟଙ୍କୁ କେଉଁ ମନ୍ତ୍ରରେ ପୂଜା କଲେ କଣ ଫଳ ମିଳେ ଜାଣନ୍ତୁ ।

ବୈଶାଖ : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ତପନାଥାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟ ପ୍ରଦାନ କଲେ ଜୀବନରେ ସୁଖ ସମୃଦ୍ଧି ବଢେ ।

ଜ୍ୟେଷ୍ଠ : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ମିତ୍ରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶକ୍ତି ବୃଦ୍ଧି ହେବା ସହ କୁଷ୍ଠ ରୋଗରୁ ମୁକ୍ତି ମିଳେ ।

ଆଷାଢ : ମାସରେ ସୂର୍ଯ୍ୟଙ୍କୁ ‘ ଓଁ ରବୟେ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟଦାନ କଲେ ଦାରିଦ୍ର୍ୟ ଦୂର ହୁଏ ।
ଶ୍ରାବଣ : ମାସରେ ସୂର୍ଯ୍ୟଙ୍କୁ ‘ ଓଁ ଇନ୍ଦ୍ରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟପ୍ରଦାନ କଲେଐଶ୍ୱର୍ଯ୍ୟ ଓ ବିଦ୍ୟାପ୍ରାପ୍ତି ହୁଏ ।

ଭାଦ୍ରବ : ଭାଦ୍ରବ ମାସରେ ସୂର୍ଯ୍ୟଙ୍କୁ ‘ ଓଁ କ୍ଷମାୟ ନମଃ’ ମନ୍ତ୍ରରେ ଅର୍ଘ୍ୟ ଦେଇ ପୂଜାର୍ଚ୍ଚନା କଲେ ଶରୀର ସୁସ୍ଥ ରହେ ।

ଆଶ୍ୱିନ : ଏହି ମାସରେ ସୂର୍ଯ୍ୟଙ୍କୁ ‘ ଓଁ ବସୁପ୍ରଦାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଗ୍ରହ ପୀଡା ଦୂର ହୁଏ । ଧନ ଓ ଯଶ ବଢେ ।

କାର୍ତ୍ତିକ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ଅରୁଣାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶରୀର ଆରୋଗ୍ୟ ହୁଏ । ଯଶ ଓ ଜ୍ଞାନ ବୃଦ୍ଧି ଘଟେ ।

ମାର୍ଗଶୀର : ଏହି ମାସରେ ସୂର୍ଯ୍ୟଙ୍କୁ ‘ଓଁ ସୂର୍ଯ୍ୟାୟ ନମଃ ’ ‘ ଓଁ ଦିବାକରାୟ ନମଃ’ ‘ ଓଁ ଭାସ୍କରାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଗ୍ରହରିଷ୍ଟ ଖଣ୍ଡନ ହୁଏ ।

ପୈାଷ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ବିଷ୍ଣବେ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଧର୍ମ ,ଶ୍ରୀ ,ଜ୍ଞାନ ,ଯଶ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ।

ମାଘ : ମାସରେ ସୂର୍ଯ୍ୟଙ୍କୁ ‘ତ୍ୱଷ୍ଟାୟ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ମନୋକାମନା ପୂର୍ଣ୍ଣ ହୁଏ ଓ ସଂଯମତା ବୃଦ୍ଧି ହୁଏ ।

ଫାଲଗୁନ : ମାସରେ ସୂର୍ଯ୍ୟଙ୍କୁ ‘ଓଁ ଆଦିତ୍ୟାୟ ନମଃ ’ ମନ୍ତ୍ରରେ ପୂଜାର୍ଚ୍ଚନା କଲେ ଶରୀର ସୁସ୍ଥ ରହେ । ଗ୍ରହପୀଡା ଖଣ୍ଡନ ହୁଏ ।

ଚୈତ୍ର : ଚୈତ୍ର ମାସରେ ସୂର୍ଯ୍ୟଙ୍କୁ ‘ଓଁ ଭାନବେ ନମଃ’ ମନ୍ତ୍ରରେ ପୂଜାର୍ଚ୍ଚନା କରି ଅର୍ଘ୍ୟ ଦେଲେ ଗ୍ରହରିଷ୍ଟ ଖଣ୍ଡନ ହୁଏ ।                                                             ( ଆଧ୍ୟାତ୍ମିକ ପତ୍ରିକାରୁ ସଂଗୃହୀତ)