ଗର୍ଭାବସ୍ଥାରେ କେଉଁ କାର୍ଯ୍ୟ କରିବା ଅନୁଚିତ୍ ? ଆସନ୍ତୁ ଜାଣିବା

170

ଗର୍ଭାବସ୍ଥା ଏକ ଏଭଳି ସମୟ ଯେଉଁଥିରେ କି ମହିଳାମାନେ ନିଜ ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଏହି ଅବସ୍ଥାରେ ସାଧାରଣତଃ ନିଜର ବସିବା-ଉଙ୍ଖିବାଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ବିଶେଷ ରୂପେ ଧ୍ୟାନ ଦେବା ଆବଶ୍ୟକ ଅଟେ । ମାତ୍ର ଏସବୁ ପରେ ମଧ୍ୟ କିଛି ଏମିତି କଥା ରହିଛି ଯାହା ଜଣେ ଗର୍ଭବତୀ ମହିଳା ନକରିବା ଉଚିତ । ତେବେ ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ମହିଳାମାନଙ୍କୁ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ।

• ଗର୍ଭାବସ୍ଥା ସମୟରେ ସାଧାରଣତଃ ଛୋଟ ଛୋଟ କଷ୍ଠ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ । ଏଥିପାଇଁ ଟିକେ ଟିକେ କଥାରେ ଏବଂ ବିନା କୌଣସି ଡାକ୍ତରଙ୍କ ପରାମର୍ଶରେ କିଛି ବି ଔଷଧ ସେବନ କରିବା ଅନୁଚିତ । କାରଣ ଏହା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ ।

• ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ଆଉ ଯେଉଁଥି ପାଇଁ ଆପଣଙ୍କୁ ପ୍ରତିଦିନ ଔଷଧ ସେବନ କରିବାକୁ ପଡୁଥାଏ ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ ।

• ଗର୍ଭାବସ୍ଥ ସମୟରେ ସାଧାରଣତଃ ବିଭିନ୍ନ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରହିବା ଉଚିତ । ତେବେ ଏକ ଗବେଷଣାରୁ ଏହା ଜଣା ପଡିଛି ଯେ, ମାନସିକ ଅଶାନ୍ତିର ପ୍ରଭାବ ସିଧାସଳଖ ଗର୍ଭସ୍ଥ ଶିଶୁ ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଶିଶୁଟି ବିକଳାଙ୍ଗ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ଏଥପାଇଁ ବିଶେଷ କରି ଏହି ଦିନମାନଙ୍କରେ ଖୁସି ରହିବା ନିହାତି ଆବଶ୍ୟକ । ଆଉ ଏଥିସହ କିଛି ଏଭଳି କାମ କରିବା ଉଚିତ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

• ଏହି ଦିନମାନଙ୍କରେ କିଛି ମହିଳାମାନେ ବସିବାବେଳେ ତଳକୁ ନଇଁ କରି ବସିଥାନ୍ତି । ଆଉ ଯେଉଁଥିପାଇଁ ସେମାନେ ପିଠି ଯନ୍ତ୍ରଣା ଅନୁଭବ ମଧ୍ୟ କରିଥାନ୍ତି । ତେଣୁ ଏହିସମୟରେ ତାଙ୍କୁ ସିଧା ବସିବାକୁ ପରାମର୍ଶ ଦିଅନ୍ତୁ ।

• ଅଧିକାଂଶ ସମୟରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରମାନେ କିଛି ବ୍ୟାୟାମ କରିବାକୁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ କିଛି ହାଲକା ଫୁଲକା କସରତ କରିବା ଉଚିତ ମାତ୍ର କୌଣସି କଠିନ ବା ଅଧିକ ମାତ୍ରାରେ ବ୍ୟାୟାମ କରିବା ଆଦୌ ସମୀଚିନ ନୁହେଁ ।

• ଗର୍ଭବତୀ ସମୟରେ ପେଟରେ ଅଧିକାଂଶ ସମୟରେ ଯନ୍ତ୍ରଣା ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହାକୁ ଅଣଦେଖା କରିବା ଆଦୌ ଅନୁଚିତ । ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

• ଗର୍ଭାବସ୍ଥା ସମୟରେ ମହିଳାମାନେ ବିଭିନ୍ନ ନିଶାଦ୍ରବ୍ୟ ତଥା ମଦ, ସିଗାରେଟ ଏବଂ କୌଣସି ପ୍ରକାର ନିଶାଦ୍ରବ୍ୟରୁ ଦୂରେଇ ରହିବା ଉଚିତ । କାରଣ ଏହା ନା କେବଳ ତାଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ତାହା ନୁହେଁ ଏଥିସହ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁଙ୍କ ଉପରେ ମଧ୍ୟ ପଡିଥାଏ ।

ଏହା ସହ ପଢନ୍ତୁ –ଅଫିସ ପରିବେଶକୁ କିପରି ରଖିବେ ସକରାତ୍ମକ ? ଧ୍ୟାନ ଦିଅନ୍ତୁ କିଛି କଥା ଉପରେ . . .