ଜାଣନ୍ତୁ, ଯୁବତୀମାନେ ଶୋଇବା ପୂର୍ବରୁ କଣ ଭାବନ୍ତି ?

180

ଯଦି ଏକାଠି ଦୁଇ କିମ୍ବା ଦୁଇରୁ ଅଧିକ ମହିଳାଙ୍କୁ ଛାଡିଦିଆଯାଏ ତେବେ ସେମାନଙ୍କୁ ଚୁପ୍ କରିବା ବଡ କଷ୍ଟକର ହୋଇପଡେ । ଏପରିକି ଯଦି ସେମାନେ ଏକୁଟିଆ କିମ୍ବା ଏକା କେଉଁଠାକୁ ଯାଉଥିଲେ ମଧ୍ୟ ସେମାନଙ୍କ ମନ ଭିତରେ ମଧ୍ୟ କିଛି ନା କିଛି କଥା ଚାଲିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଶୋଇବା ପୂର୍ବରୁ ସାଧାରଣତଃ ମହିଳାମାନେ କଣ କଣ ସବୁ ଚିନ୍ତା କରିଥାନ୍ତି ।

ସ୍ୱପ୍ନର ରାଜକୁମାର

ରାତିରେ ଶୋଇବା ପୂର୍ବରୁ ଅଧିକାଂଶ ମହିଳାମାନେ ଥରୁଟେ ହେଲେ ବି ନିଜ ସ୍ୱପ୍ନର ରାଜକୁମାରକୁ ମନେ ପକାଇଥାନ୍ତି । ଏବଂ ଭାବି ବସନ୍ତି ଆଜିବି ସ୍ୱପ୍ନରେ ସେହି ରାଜକୁମାରର ଗୋଟିଏ ଝଲକ୍ ଦେଖିବାକୁ ମିଳିଯାଆନ୍ତି କି ।

ସକାଳ ଟିଫିନରେ କଣ ତିଆରି କରିବେ

ମହିଳାମାନେ ରାତିରେ ଶୋଇବା ପୂର୍ବରୁ ସକାଳର ଜଳଖିଆରେ କଣ ସବୁ ଆଇଟମ୍ ତିଆରି କରିବେ ସେ ସଂପର୍କରେ ମଧ୍ୟ ଚିନ୍ତା କରିଥାନ୍ତି ।

ସେ ଏତେ ସୁନ୍ଦର କାହିଁକି

ଯଦି ଦିନରେ କୌଣସି ସୁନ୍ଦରୀ ଯୁବତୀଙ୍କ ସହ ତାଙ୍କର ଭେଟ ହୋଇଯାଇଥାଏ ତେବେ ସାରା ରାତି ତାକୁ ନେଇ ଚିନ୍ତା କରିବା ଆରମ୍ଭ କରିଦିଅନ୍ତି ମହିଳାମାନେ । ସେ ଏତେ ସୁନ୍ଦରୀ କେମିତି ହୋଇପାରିଲା ? ମୁଁ କଣ ତାଠାରୁ ସୁନ୍ଦର ନୁହେଁ ଇତ୍ୟାଦି ଇତ୍ୟାଦି ।

କାହାକୁ ପ୍ରେମ କରିବେ

ଯଦି କୌଣସି ମହିଳାଙ୍କ ଜୀବନରେ ଏକରୁ ଅଧିକ ପୁରୁଷ ବନ୍ଧୁ ଅଛନ୍ତି ତେବେ ଶୋଇବା ପୂର୍ବରୁ ସେ ସେମାନଙ୍କ ବିଷୟରେ ନିଶ୍ଚୟ ଚିନ୍ତା କରିଥାନ୍ତି । ଆଉ କାହାକୁ ନିଜର ଲାଇଫ୍ ପାର୍ଟନର କରିବେ ତାକୁ ନେଇ ମଧ୍ୟ ଭାବନା ରାଇଜକୁ ଚାଲିଯାଆନ୍ତି ମହିଳାମାନେ ।

ବିବାହ ପରର ଜୀବନ

ବିବାହ ପରେ ମୋର ଲାଇଫ୍ କେମିତି ହେବ ? କଣ ମୁଁ ଏକ ସୁଖମୟ ଜୀବନ ଜାପନ କରିପାରିବି ଇତ୍ୟାଦି କଥା ଶୋଇବା ପୂର୍ବରୁ ମହିଳାମାନେ ଚିନ୍ତା କରିଥାନ୍ତି ।

ଦରମା କେମିତି ଏବଂ କେବେ ବଢିବ

ମହିଳାମାନେ ଶୋଇବା ପୂର୍ବରୁ ସାଧାରଣତଃ ନିଜର ଦରମାକୁ ନେଇ ବେଶି ଚିନ୍ତା କରିଥାନ୍ତି । କେବେ ଏବଂ କଣ କଲେ ଦରମା ବଢିବ ଓ କେତେ ପରିମାଣର ଦରମା ବଢିବ ଇତ୍ୟାଦି ସଂପର୍କରେ ମହିଳାମାନେ ଚିନ୍ତା କରିଥାନ୍ତି ।

ଏହାସହ ମଧ୍ୟ ପଢନ୍ତୁ-ଜାଣନ୍ତୁ ! ବିବାହର ଠିକ୍ ପୂର୍ବ ଦିନ ରାତିରେ କଣ ଭାବନ୍ତି ଝିଅମାନେ