ମା’ର ବ୍ଲଡ ପ୍ରେସରରୁ ଜଣାପଡିବ ଗର୍ଭସ୍ଥ ଶିଶୁ ପୁଅ ହେବ ନା ଝିଅ !

222

msid-56534696,width-400,resizemode-4,pregnancyଗର୍ଭବତୀ ମହିଳାଙ୍କର ପୁଅ ନା ଝିଅ ଜନ୍ମ ହେବ ଏହା ମେଡିକାଲ ଟେଷ୍ଟ ବିନା କହିବା ମୁସ୍କିଲ ହୋଇଥାଏ । କିନ୍ତୁ ଏବେ ବୈଜ୍ଞାନିକମାନେ ଏହାକୁ ସହଜରେ ଜାଣିବାର ସୂଚନା ଦେଇଛନ୍ତି । ମହିଳାଙ୍କର ଗର୍ଭାବସ୍ଥାର ପୂର୍ବରୁ ବା ଏହି ସମୟରେ ବ୍ଲଡ ପ୍ରେସର ଯଦି କମ୍ ରହିଥାଏ ତାହେଲେ ଶିଶୁ କନ୍ୟା ସନ୍ତାନ ଜନ୍ମ ହେବାର ଆଶା କରାଯାଏ । ଏବଂ ଯଦି ବ୍ଲଡ ପ୍ରେସର ଅଧିକ ଥାଏ ତ ପୁତ୍ର ସନ୍ତାନ ଜନ୍ମ ହେବାର ସମ୍ଭାବନା ଥାଏ ।

ଟୋରଂଟୋର ମାଉଂଟ ସିନାଇ ହସ୍ପିଟାଲର ଡାଃ ରବି ରେତନାକରଣ ଏହି ବିଷୟରେ ଦେଇଛନ୍ତି ମତ । ତାଙ୍କ କହିବାନୁସାରେ , ପ୍ରଥମେ ଏହା ଜଣାପଡୁନଥିଲା ଗର୍ଭାବସ୍ଥା ସମୟରେ ବା ଏହା ପୂର୍ବରୁ ମହିଳାଙ୍କର ବ୍ଲଡ ପ୍ରେସର ଗର୍ଭସ୍ଥ ଶିଶୁର ଲିଙ୍ଗ ପରିବର୍ତ୍ତନରେ ପ୍ରଭାବ ପକାଏ ନା ନାହିଁ ।

ବୈଜ୍ଞାନିକମାନେ ଏହି ରିପୋର୍ଟ ଚୀନର କିଛି ମହିଳା ଗ୍ରୁପକୁ ନେଇ ଅନୁଧ୍ୟାନ କରିଥିଲେ । ଯେଉଁମାନେ ଗର୍ଭଧାରଣ ପାଇଁ ସ୍ଥିର କରିଥିଲେ ।