ସାଷ୍ଟାଙ୍ଗ ପ୍ରଣାମ କରିବା ଖୁବ୍ ଭଲ : ସ୍ତ୍ରୀଙ୍କୁ ଏହା କରିବାକୁ ମନା କରାଯାଇଥାଏ

156

ଆମର ପୁରାଣ ଶାସ୍ତ୍ରରେ କୁହାଯାଇଛି  ପ୍ରତିଦିନ ଗୁରୁଜନଙ୍କ ଚରଣ ସ୍ପର୍ଶ କଲେ ଆୟୁ ,ବଳ ,ବିଦ୍ୟା ଓ ଯଶର ବୃଦ୍ଧି ଘଟିଥାଏ । ବୈଜ୍ଞାନିକ ସ୍ତରରେ ମଧ୍ୟ ଏହି ସାଷ୍ଟାଙ୍ଗ ପ୍ରଣାମର ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଚରଣ ସ୍ପର୍ଶ ଠାରୁ ଅଧିକ ଭଲ ସାଷ୍ଟାମ ପ୍ରଣାମ କରିବା । ସାଷ୍ଟାଙ୍ଗ ପ୍ରଣାମ ଏକ ପ୍ରକାର ଆସନ । ଯାହା ଦ୍ୱାରା ଶରୀରର ସବୁ ଅଂଶ ଭୂମିକୁ ସ୍ପର୍ଶ କରିଥାଏ । ଏବେ କେବଳ ଭଗବାନଙ୍କ ସାମ୍ନାରେ ଏମିତି ସାଷ୍ଟାଙ୍ଗ ପ୍ରଣାମ ଲୋକମାନେ କରୁଛନ୍ତି । ପ୍ରକୃତରେ ଏହି ପ୍ରଣାମ ଆମ ସଂସ୍କୃତିରେ ହିଁ ରହିଛି । ଏହି ପ୍ରଣାମରେ ବ୍ୟକ୍ତି ନିଜର ଅହଙ୍କାରକୁ ତ୍ୟାଗ କରିଥାଏ । ଏହି ଆସନ ଆପଣକୁ ଇଶ୍ୱରଙ୍କ ଶରଣକୁ ନେଇଯାଏ ।  ଏହା ସହ ଏହି ଆସନ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ । ଏହା କରିବା ଦ୍ୱାରା ଆମର ମାଂସପେଶୀ ଭଲ ଭାବରେ ଖୋଲିଯାଇଥାଏ ଓ ମଜବୁତ୍ ହୋଇଥାଏ ।

ଏହି ସାଷ୍ଟାଙ୍ଗ ଆସନ ସ୍ତ୍ରୀମାନଙ୍କୁ କରିବାକୁ ମନ ହୋଇଛି –
ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଆସନ ସ୍ତ୍ରୀମାନଙ୍କୁ କରିବାକୁ ମନା ହୋଇଛି । କାରଣ ଏଥିରେ ଅଛି ସ୍ତ୍ରୀଙ୍କ ଗର୍ଭ ଓ ବକ୍ଷ ଭୂମିକୁ ସ୍ପର୍ଶ କରିବା ଉଚିତ୍ ନୁହେଁ । କାହିଁକି ନା ଗର୍ଭ ଏକ ଜୀବନକୁ  ସାଇତି ରଖିଥାଏ ଏବଂ ବକ୍ଷ ଏହାକୁ ପୋଷଣ କରିଥାଏ । ଏଥିପାଇଁ ଏହି ସାଷ୍ଟାଙ୍ଗ ଆସନ କରିବାକୁ ସ୍ତ୍ରୀଙ୍କୁ ମନାହୋଇଥାଏ ।