ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମିଠା !

55

ଆଜିକାଲି ଅଧିକାଂଶ ଶିଶୁ ମିଠା ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଏଥିପାଇଁ ସେମାନେ ଅଧିକ ମାତ୍ରାରେ ମିଠା ଜାତୀୟ ପାଦାର୍ଥ ଖାଇଥାଆନ୍ତି, ଯଦି କୌଣସି ମିଠା ସେମାନଙ୍କୁ ନମିଳେ ତାହାହେଲେ ସେମାନେ ଚିନି ଖାଇ ମିଠା ଖାଇବାର ଆଶା ପୁରଣ କରିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ପରିମାଣ ମିଠା ଖାଇବା କେତେ ହାନିକାରକ ଅଟେ । ଆସନ୍ତୁ ଜାଣିବା ମିଠା ଖାଇବା ଦ୍ୱାରା ଛୁଆ ମାନଙ୍କର କଣ କଣ କ୍ଷତି ଘଟେ ।

• ଯଦି ଆପଣଙ୍କ ଛୁଆ ଅଧିକା ମାତ୍ରାରେ ମିଠା ଖାଉଛନ୍ତି ତାହାଲେ ମିଠା ତାଙ୍କ ଶରୀର ଭିତରକୁ ଯାଇ ସ୍ଲୋ ପୟେଜନ କାମ କରିଥାଏ । ଏହା ଆପଣଙ୍କ ଶିଶୁ ଶରୀରର ସମସ୍ତ ଅଙ୍ଗ ଉପରେ କୁଖରାପ ପ୍ରଭାବ ପକାଇପାରେ ।

• ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ଆପଣଙ୍କ ଛୁଆମାନଙ୍କ ଶରୀରରେ ଏକସ୍ଟ୍ରା ଫ୍ୟାଟ୍ ଜମା ହୋଇଥାଏ ଏବଂ ଅଳ୍ପ ବୟସରେ ଆପଣଙ୍କ ଛୁଆ ମେଦବହୁଳତାର ଶୀକାର ହୋଇଥାଆନ୍ତି । ମେଦବହୁଳତା ଯୋଗୁଁ ଅନେକ ରୋଗ ହେବାର ଆଶଙ୍କା ବଢିଯାଇଥାଏ ।

• ଅଧିକ ମିଠା ଖାଇବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ , ଯଦି ଆପଣଙ୍କ ଛୁଆଙ୍କୁ ଅଧିକ ମିଠା ଖାଇବାର ଅଭ୍ୟାସ ଅଛି ତେବେ ଏଥିଯୋଗୁ ଦାନ୍ତରେ ଦରଜ, କ୍ୟାବେଟୀ ଏବଂ ଅନ୍ୟ ଦାନ୍ତ ସମସ୍ୟା ହୋଇପାରେ ।

• ଅଧିକ ମିଠା ଖାଇବା ଦ୍ୱାରା ଆପଣଙ୍କ ଛୁଆ ମଧୂମେହ ରୋଗର ଶିକାର ହୋଇପାରନ୍ତି, ଏଥିପାଇଁ ପିଲାମାନଙ୍କୁ କମ୍ ମାତ୍ରାରେ ମିଠା ଖାଇବାକୁ ଦିଅନ୍ତୁ । କାରଣ କମ୍ ମିଠା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।