କାହିଁକି ଚା’ ବା କଫି ପିଇବାର ପୂର୍ବରୁ ପାଣି ପିଅନ୍ତି? ଜାଣନ୍ତୁ କାରଣ…

60

ଭାରତରେ ଚା’ ଏବଂ କଫିର ସେବନ କାହୁଁ କେତେ କାଳରୁ ପ୍ରଚଳିତ ରହିଆସିଛି। ଯେଉଁ କାରଣକୁ ନେଇ ତେଣିକି ସେ ସକାଳ ହେଉ କି ବ୍ୟକ୍ତିର ଶୟନକ୍ଷେତ୍ରକୁ ଯିବା ପୂର୍ବରୁ ହେଉ ସେ ଏହି ଚା ବା କଫିର ସେବନ କରିଥାଏ।ତେବେ ଆଜି ଆମେ ଆପଣଙ୍କୁ ଚା’ବା କଫିର ସେବନ ପୂର୍ବରୁ କାହିଁକି ପାଣି ପିଅନ୍ତି ,ସେହି ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା ଏସଂପର୍କରେ ….

ଦାନ୍ତକୁ ରକ୍ଷା କରିଥାଏ :-ଚା’ ଏବଂ କଫି ଉଭୟରେ ଟ୍ୟାନିନ୍‌ ନାମକ ଏକ ରାସାୟନ ଉଚ୍ଚ ମାତ୍ରାରେ ରହିଥାଏ,ଯାହାକି ଦାନ୍ତର ବିଘଟନ ଲାଗି ମୁଖ୍ୟତଃ ଦାୟୀ ହୋଇଥାଏ। ତେବେ ଯେମିତି ହିଁ ଆପଣ ଚା’ ବା କଫିର ସେବନ କରନ୍ତି ତ,ତେବେ ଏହା ଦାନ୍ତ ଉପରେ ତାହାର ଏକ ରାସାୟନିକ ପରସ୍ତ ବନାଇଦିଏ, ଯାହାକି ଦାନ୍ତ ବିଘଟନର ପ୍ରମୁଖ କାରଣ ହୋଇଥାଏ।

ତେଣୁ ଚା’ ବା କଫି ପିଇବାର ୧୫ ମିନିଟ୍‌ ପୂର୍ବରୁ ଏକ ଗ୍ଲାସ୍‌ ପାଣିର ସେବନ କରିବା ଯୋଗୁଁ ବ୍ୟକ୍ତିର ଦାନ୍ତ ସୁରକ୍ଷିତ ରହିଥାଏ। କାରଣ ଏହା ଦ୍ୱାରା ଦାନ୍ତ ମଧ୍ୟରେ ଏକ ସୁରକ୍ଷାତ୍ମକ ପରସ୍ତ ବନିଯାଏ,ଯାହାକି ଦାନ୍ତକୁ ଦୁର୍ବଳ ହେବାକୁ ଦେଇନଥାଏ।