ମୋମୋ ଖାଇବାକୁ ଅଧିକ ପସନ୍ଦ କରନ୍ତି କି ? ତେବେ ପଢନ୍ତୁ ଏହି ଖବର

40

ଆଜିକାଲିର ଫାଷ୍ଟ ଫୁଡ୍ ବଜାରରେ ସମସ୍ତଙ୍କ ବହୁ ପସନ୍ଦିଆ ଆଇଟମ ଭାବେ ଜଣାଶୁଣା ମୋମୋ । ବିଶେଷ କରି ସଂନ୍ଧ୍ୟା ସମୟରେ ଯୁବପିଢୀଙ୍କ ଦ୍ୱାରା ଅଧିକ ଆଦୃତ ଏହି ଚଟପଟା ମୋମୋ । କିନ୍ତୁ ଆପଣ ଜାଣିଛନ୍ତି କି ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ? ତେବେ ଆସନ୍ତୁ ଜାଣିବା ।

• ମୋମୋ ସାଧାରଣତଃ ମଇଦାରୁ ତିଆରି ହୋଇଥାଏ । ଯାହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ଅଟେ ।

• ମୋମୋକୁ ଆଜୋଡି କାର୍ବୋନାମାଇଡ୍, କ୍ଲୋରିନ୍ ଗ୍ୟାସ୍, ବେଞ୍ଜାଇଲ୍ ପେରୋକ୍ସାଇଡ୍ ନାମକ ରାସାୟନିକି ପଦାର୍ଥରେ ବ୍ଲିଚ୍ କରାଯାଇଥାଏ । ଯାହାର ସିଧାସଳଖ ପ୍ରଭାବ ଶରୀରରେ ଥିବା ପିତ ଅଂଶ ଉପରେ ପକାଇଥାଏ ।

• ଏହା ବିଶେଷ କରି ଶରୀରର ଇନସୁଲିନ ଅର୍ଥାତ୍ ରକ୍ତ ଶର୍କରା ନିୟନ୍ତ୍ରକ ହରମୋନର ଉତ୍ପାଦନକୁ ଗଭୀର ରୂପେ ପ୍ରଭାବିତ କରିଥାଏ ।

• ମୋମୋରେ ଯେଉଁ ପରିବା କିମ୍ବା ଚିକେନ ବ୍ୟବହାର କରାଯାଇଥାଏ ତାହା ଏତେ ଭଲ କ୍ୟାଲିଟିର ହୋଇ ନଥାଏ । ଯେଉଁଥିରେ କି କୋଲି ନାମକ ଜୀବାଣୁ ବେଶି ମାତ୍ରାରେ ଦେଖିବାକୁ ମିଳିଥାଏ । ତେଣୁ ଏହାକୁ ଖାଇବାଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ।

• ଏହାଛଡା ମୋମୋରେ ପରସା ଯାଉଥିବା ଚଟଣି ମଧ୍ୟ ବହୁ ମସଲାଯୁକ୍ତ ଅଟେ । ଯାହା ଅର୍ଶ ଜନିତ ସମସ୍ୟା ସୃଷ୍ଟି କରିଥାଏ ।