ପ୍ରେମର ରଙ୍ଗ ଲାଲ୍ କାହିଁକି ? ଜାଣନ୍ତୁ ଏହାର ରହସ୍ୟ

271

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ କୌଣସି ଉପହାର ଦେବାକୁ ଚାହୁଁଛନ୍ତି ତେବେ ଉପହାର ସଦୃଶ୍ୟ ପ୍ରଥମେ ତାଙ୍କୁ ଦେବାପାଇଁ ଲାଲ୍ ରଙ୍ଗର ଗୋଲାପ ହିଁ ଆପଣଙ୍କ ମନରେ ଭାବନା ଆସିଥାଏ । ଏହାବ୍ୟତୀତ ଯଦି ତାଙ୍କୁ ଡ୍ରେସ୍ କିମ୍ବା ଅନ୍ୟ କୌଣସି ଜିନିଷ ଦେବାକୁ ଚାହୁଁଛନ୍ତି ତେବେ ସେ ମଧ୍ୟ ଲାଲ୍ ରଙ୍ଗର ହିଁ ହୋଇଥାଏ । ତେବେ ଏମିତି କାହିଁକି । କେବଳ ଲାଲ୍ ରଙ୍ଗ ହିଁ ମନରେ ଆସିଥାଏ । ଅନ୍ୟ କୌଣସି ରଙ୍ଗ କାହିଁକି ମନରେ ଆସି ନଥାଏ ।

ତେବେ ଏହି ପ୍ରଶ୍ନର ଜବାବ୍ ମଧ୍ୟ ସାଧାରଣ ହୋଇପାରେ । ଅର୍ଥାତ୍ ଲାଲ୍ ରଙ୍ଗ ଜୋସ୍ ଏବଂ ଆତ୍ମବିଶ୍ୱାସର ପ୍ରତୀକ ଅଟେ । ଏବଂ ଏହି ରଙ୍ଗ ମଧ୍ୟ ପ୍ରେମର ପ୍ରତୀକ ଅଟେ । ଯାହାର ସୌନ୍ଦର୍ଯ୍ୟ ଆପଣଙ୍କୁ ଓ ଆପଣଙ୍କ ପ୍ରେମ ସଂପର୍କକୁ ଆହୁରୀ ନିବିଡ କରିଥାଏ । ତେବେ ଖାଲି ଲାଲ୍ ରଙ୍ଗକୁ ହିଁ କାହିଁକି ପ୍ରେମର ପ୍ରତୀକ ବୋଲି ଧରାଯାଏ । କୁହାଯାଏ, ଲାଲ୍ ରଙ୍ଗ ଜୀବନର ପ୍ରତୀକ ଅଟେ । କାରଣ ମଣିଷ ଶରୀରରେ ବହୁ ଥିବା ରକ୍ତର ରଙ୍ଗ ହେଉଛି ଲାଲ୍ ଏବଂ ହୃଦୟ ଯାହାକୁ ଭାବନାର ସଂଚାଳକ ବୋଲି କୁହାଯାଏ ସେ ମଧ୍ୟ ଲାଲ୍ ଅଟେ । ଏହାର ଅର୍ଥ ହେଲା ଲାଲ୍ ରଙ୍ଗ ହିଁ ଆପଣଙ୍କର ସ୍ଥିତି ଏବଂ ଉପସ୍ଥିତିକୁ ଆପଣଙ୍କ ସାଥୀ ନିକଟରେ ଅନୁଭବ କରାଇଥାଏ । ମଣିଷ ଶରୀରରେ ବହୁ ଥିବା ରକ୍ତ ଲାଲ୍ ହୋଇଥାଏ । ଯାହା ବ୍ୟକ୍ତିର ଆତ୍ମବିଶ୍ୱାସର ପରିଚୟ ଦେଇଥାଏ ।

ତେବେ ଯେଉଁଭଳି ପ୍ରତ୍ୟେକ ରଙ୍ଗର କିଛି ନା କିଛି ବିଶେଷତା ରହିଛି ଠିକ୍ ସେଭଳି ଲାଲ୍ ରଙ୍ଗର ମଧ୍ୟ ବିଶେଷତା ରହିଛି । ଲାଲ୍ ରଙ୍ଗ ରୋମାନ୍ସ ଓ ଉତ୍ତେଜନାର ପ୍ରତୀକ ଅଟେ । ଏବଂ ପ୍ରେମରେ ଏହି ଦୁଇଟି ଯାଙ୍କ ହିଁ ବହୁତ ଜରୁରୀ ହୋଇଥାଏ । ଏଥିପାଇଁ ପ୍ରେମ ଏବଂ ଲାଲ୍ ରଙ୍ଗର ସଂପର୍କ ସର୍ବଦା ଅତୁଟ ତଥା ଅଜୟ ଅଟେ ।