ଫ୍ରିଜରେ ରଖନ୍ତୁ ନାହିଁ ଚକଟା ଅଟା, ଜାଣନ୍ତୁ ଏହାର ବୈଜ୍ଞାନିକ ଓ ଧାର୍ମିକ କାରଣ

356

ଅଧିକାଂଶ ସମୟରେ ମହିଳାମାନେ ଅଟା ଦଳି ରୁଟି ତିଆରି କରିବା ଲାଗି ଦଳା ଅଟାକୁ ଫ୍ରିଜରେ ରଖିଥା’ନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଅନୁଚିତ । ଆସନ୍ତୁ ଜାଣିବା କାହିଁକି ଦଳା ଅଟାକୁ ଫ୍ରିଜରେ ରଖିବା ଠିକ୍ ନୁହେଁ ଏହା ଆମର କି କ୍ଷତି କରିପାରେ ?

ବୈଜ୍ଞାନିକ କାରଣ: ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁଯାୟୀ ଅଟାରେ ଜଳ ମିଶାଇବା ପରେ ଏହାକୁ ଦଳି ସାଙ୍ଗେ ସାଙ୍ଗେ ରୁଟି ବେଲି ପ୍ରସ୍ତୁତ କରିବା ଉଚିତ । ଯଦି ଏହାକୁ ଫ୍ରିଜରେ ରଖି ଦିଆଯାଏ,ତେବେ ସେଥିରୁ ଏକ ରାସାୟନିକ ପଦାର୍ଥ ବାହାରିଥାଏ,ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଆୟୁର୍ବେଦରେ କୁହାଯାଇଛି ଯେ,ଫ୍ରିଜରେ ରଖାଯାଇଥିବା ଚକଟା ଅଟାରୁ ପ୍ରସ୍ତୁତ ରୁଟି ବାସି ଭଳି ଲାଗିଥାଏ ଏବଂ ଏହାକୁ ଖାଇଲେ ହଜମ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ତା’ଛଡ଼ା ଏହା ଗ୍ୟାସଷ୍ଟ୍ରିକ୍ ସମସ୍ୟା ମଧ୍ୟ ଉପୁଜାଇଥାଏ ।

ଧାର୍ମିକ କାରଣ: ଶାସ୍ତ୍ରରେ କୁହାଯାଇଛି ଯେ ବାସି ଖାଦ୍ୟ ହେଉଛି ଭୂତର ଆହାର । ବିଶ୍ୱାସ ରହିଛି, ବଳିଥିବା ଚକଟା ଅଟାକୁ ଫ୍ରିଜରେ ରଖିଦେଲେ,ତାହା ପିଣ୍ଡ ଭଳି ହୋଇଯାଇଥାଏ । ଏହାକୁ ଭୂତ-ପ୍ରେତ ପିଣ୍ଡ ଭାବେ ଭକ୍ଷଣ କରିବା ପାଇଁ ଘରକୁ ଆସିଥାନ୍ତି । ଯେଉଁ ପରିବାରରେ ଏଭଳି ଅଭ୍ୟାସ ରହିଛି, ସେହିଘରେ ଲୋକେ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇଥା’ନ୍ତି ଅଥବା ଆଳସ୍ୟର ଶିକାର ହୋଇଥା’ନ୍ତି ।