ଜ୍ୱର ହେବା ସମୟରେ ରୋଗୀର ମୁଣ୍ଡରେ ଓଦା ପଟି ରଖୁଛନ୍ତି କି? ତେବେ ଜାଣିରଖନ୍ତୁ ଏଭଳି କରିବା କେତେ ଦୂର ଠିକ୍

428

ଋତୁ ଯାହା ହେଉନା କାହିଁକି, ଯେବେବି ଆମକୁ କିମ୍ବା ଆମ ପରିବାରରେ କାହାକୁ ଜ୍ୱର ହୁଏ, ଆମେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇଥାଉ ସତ ହେଲେ କିଛି ସ୍ଥିତିରେ ମେଡିସିନ ବି କାମ କରିବା ବନ୍ଦ କରିଦେଇଥାଏ । ଆଉ ଏଭଳି ପରିସ୍ଥିତିରେ ଆମେ ରୋଗୀର କପଡାରେ ଓଦା ପଟି ରଖନ୍ତୁ , ଯାହାଦ୍ୱାରା ଶରୀରର ଟେମ୍ପରେଚର କିଛି ମାତ୍ରାରେ କମ୍ ହୋଇପାରିବ । ହେଲେ ଆପଣ କେବେ ଚିନ୍ତା କରିଛନ୍ତି, ଏଭଳି କରିବା କେତେ ଦୂର ଠିକ୍ ? ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

ଜ୍ୱରରେ ଓଦା ପଟିର କାମ

ଯେବତେବେଳେ ଜ୍ୱର ୧୦୧ ଡିଗ୍ରୀ ଫାରେନହାଇଟରୁ ଅଧିକ ହୋଇଯାଏ, ସେତେବେଳେ ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥାଏ । ସେହିପରି ଜ୍ୱର ୧୦୩ ଡିଗ୍ରୀ ଫାରେନହାଇଟ ଟପିଗଲେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଆହୁରୀ ଖରାପ ହୋଇଯାଇଏ । ତେଣୁ ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ବି କିଛି କାମ କରିନଥାଏ । ଏଭଳି ପରସ୍ଥିତିରେ ଥଣ୍ଡା ପାଣିରେ ଏକ କପଡାକୁ ଭିଜାଇ ତାକୁ ରୋଗୀର କପାଳରେ ରଖିବା ଦ୍ୱାରା ଜ୍ୱରର ପ୍ରକୋପ ହ୍ରାସ ପାଇଥାଏ ।

ସେହିପରି ଯଦି ଜ୍ୱର ୧୦୨ ଡିଗ୍ରୀ ଫାରେନହାଇଟରୁ ଅଧିକ ହୋଇଯାଏ ତାକୁ ନିୟନ୍ତ୍ରଣକୁ ଆଣିବା ବି ବହୁତ ଜରୁରୀ ହୋଇପଡେ । ଯଦି ଏଭଳି ନକରାଯାଏ ତେବେ ଏହାଦ୍ୱାରା ବ୍ୟକ୍ତି ଜଣକ ଜ୍ୱରରେ ବିଳିବିଳେଇ ମଧ୍ୟ ହୁଅନ୍ତି । ତେଣୁ ଏଭଳି କ୍ଷେତ୍ରରେ ଓଦା ପଟି ଦ୍ୱାରା ଟେମ୍ପରେଚର କମ କରି ରୋଗୀକୁ ଆଶ୍ୱସ୍ତି ଦେଇପାରିବେ । ଛୋଟ ପିଲା ଏବଂ ବୃଦ୍ଧ ଲୋକଙ୍କଠାରେ ବି ଏହି ତରିକା ବ୍ୟବହାର କରିପାରିବେ ।

ବରଫ କିମ୍ବା ବରଫ ପାଣି ବ୍ୟବହାର କରନ୍ତୁ ନାହିଁ

ଓଦା ପଟି ପାଇଁ ବରଫ ପାଣିର ବ୍ୟବହାର କରିବା ଆଦୌ ଠିକ୍ ନୁହେଁ । ଏଥିପାଇଁ ସବୁବେଳେ ସତେଜ ପାଣି ହିଁ ବ୍ୟବହାର କରିବା ଉଚିତ । ସେହିପରି ଓଦା ପଟିର ବ୍ୟବହାର କେବଳ ସେତେବେଳେ କରିବା ଉଚିତ , ଯେତେବେଳେ ଜ୍ୱର ୧୦୪ରୁ ୧୦୫ ଡିଗ୍ରୀ ଫାରେନହାଇଟ୍ ଯାଏଁ ପହଂଚିଯିବ । ତେବେ ଧ୍ୟାନ ରଖିବେ କି ସାଧାରଣ ଜ୍ୱର ପାଇଁ ଏହା ସ୍ଥାୟୀ ଉପଚାର ନୁହେଁ ବରଂ ଶରୀରର ଟେମ୍ପରେଚରକୁ ନର୍ମାଲ କରିବା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ ।