ସେଭିଂ ସହ ଜଡିତ ୫ଟି କଥା ! ଯାହା ସଂପର୍କରେ ଅଜ୍ଞ ଅଟନ୍ତି ପୁରୁଷ

63

କେବଳ ମହିଳାମାନେ ନୁହଁନ୍ତି ବରଂ ପୁରୁଷଙ୍କୁ ମଧ୍ୟ ନିଜ ତ୍ୱଚାର ଯତ୍ନ ନେବା ଆବଶ୍ୟକ ଅଟେ । ନଚେତ୍ ସେମାନେ ବିଭିନ୍ନ ପ୍ରକାର ଚର୍ମଜନିତ ସମସ୍ୟାର ଶିକାର ହୋଇ ପାରନ୍ତି । ଏଥିସହିତ ପୁରୁଷମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସଂପର୍କରେ କୌଣସି ଜ୍ଞାନ ନଥାଏ । ଖାଲି ସେତିକି ନୁହେଁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଅଧିକାଂଶ ପୁରୁଷ ସେଭିଂ ସହ ଜଡିତ ଅନେକ କଥା ଉପରେ ସଂପୂର୍ଣ୍ଣ ଅଜ୍ଞ ଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ସଠିକ୍ ରେଜରର ଚୟନ କରିବା

ଅନେକ ପୁରୁଷମାନେ ଚିନ୍ତା କରିଥାନ୍ତି କି ସେଭିଂ କରିବାଦ୍ୱାରା ଚର୍ମ ଲାଲ୍ ହୋଇଯାଇଥାଏ । କିନ୍ତୁ ଏହା ସତ୍ୟ ନୁହେଁ କାରଣ ସେଭ୍ ନ କରିବାଦ୍ୱାରା ହିଁ ଏପରି ହୋଇଥାଏ । ତେଣୁ ଏଥିପାଇଁ ସଠିକ୍ ରେଜର ଚୟନ କରିବା ନିହାତି ଆବଶ୍ୟକ । କିଛି ଉନ୍ନତଧରଣର ରେଜର ଚୟନ କରନ୍ତୁ ଯାହା କି ଭଲଭାବେ ସେଭିଂ ହେବା ସହ ଚର୍ମକୁ ଲାଲ୍ ହେବାରୁ ରକ୍ଷା କରିଥାଏ ।

ସେଭିଂ ପୂର୍ବରୁ ସ୍କର୍ବ କରନ୍ତୁ

ସାଧାରଣତଃ ପୁରୁଷଙ୍କୁ ସ୍କର୍ବ ଆଦି କରିବା ପସନ୍ଦ ନଥାଏ । କିନ୍ତୁ ଆପଣଙ୍କୁ ଏକଥା ଜଣାଥିବା ଉଚିତ୍ କି ସ୍କର୍ବିଂ କରିବା ପରେ ଚର୍ମ କୋମଳ ଲାଗିଥାଏ ଏଥିସହ ସେଭ୍ ସମୟରେ ମଧ୍ୟ କଟି ଯିବାର ପରିସ୍ଥିତି ଉପୁଜି ନଥାଏ ।

ତରବରିଆରେ ସେଭ୍ କରନ୍ତୁ ନାହିଁ

ସେଭିଂ ସମୟରେ କେବେ ହେଲେ ତରବରିଆ ହୁ୍ଅନ୍ତୁ ନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ବାହାର କରନ୍ତୁ । ପ୍ରଥମେ ମୁହଁକୁ ଭଲଭାବେ ଧୁଅନ୍ତୁ । ଏବଂ ମୁହଁକୁ ଧୋଇବାର ଗୋଟେ ମିନିଟ୍ ପର୍ଯ୍ୟନ୍ତ କ୍ଲିଂଜର ଲଗାଇ ଛାଡି ଦିଅନ୍ତୁ । ଏହାପରେ ସେଭିଂ କ୍ରିମ୍ କିମ୍ବା ଜେଲ ଲଗାନ୍ତୁ । ଏହାକୁ ୨-୩ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ତାପରେ ସେଭ୍ କରନ୍ତୁ ।

କ୍ରିମ୍ ଲଗାଇବାର ତରିକା

ସେଭ୍ କରିବା ପୂର୍ବରୁ ଜେଲକୁ କିଛି ମାତ୍ରାରେ ହାତରେ ନେଇ ତାକୁ ଦାଢିରେ ଭଲଭାବେ ଲଗାନ୍ତୁ । ପୁଣି ତାକୁ ହାଲକା ମସାଜ କରନ୍ତୁ । କାରଣ ଏପରି କରିବାଦ୍ୱାରା ଦାଢି ଠିଆ ହୋଇଯାଇଥାଏ ଯାହାକୁ କାଟିବାକୁ ଆପଣଙ୍କୁ ସୁବିଧା ହୋଇଥାଏ ।

କେବେ କେବେ ବାହାରେ ଯାଇ ସେଭ୍ କରନ୍ତୁ

ବେଳେବେଳେ ବାହାରେ କୌଣସି ଭଲ ସେଲୁନରେ ଯାଇ ସେଭ୍ କରନ୍ତୁ । ଏହାଦ୍ୱାରା ନା କେବଳ ଆପଣ ଭଲ ଅନୁଭବ କରିପାରିବେ ଏଥିସହ ସେଭିଂ ଜନିତ ଅନେକ ଜ୍ଞାନକୌଶଳ ମଧ୍ୟ ଶିଖି ପାରିବେ ।