ଜିଭ ଦେଖି ରୋଗ ଚିହ୍ନନ୍ତୁ !

73

ସାଧାରଣତଃ ଶୀତଦିନ ଆସିବା ମାତ୍ରେ ଅନେକ ଋତୁ ଜନିତ ରୋଗ ମନୁଷ୍ୟ ଶରୀରରେ ଦେଖାଯାଇଥାଏ । ସେଥିପାଇଁ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ଏବଂ ଡାକ୍ତର ରୋଗୀଙ୍କର ଜିଭ ଦେଖି ସୁସ୍ଥ ଅଛନ୍ତି କି ନାହିଁ କହିଥାନ୍ତି । ଓରାଲ କେୟାର ଏକ୍ସପର୍ଟ ଡା.ନିର୍ମଲା ଦୁବେ ଙ୍କ ଅନୁସାରେ ଆପଣ କିଭଳି ଜିଭ ଦେଖି ରୋଗ ଚିହ୍ନିବେ ଆସନ୍ତୁ ଜାଣିବା ।

– ପାଖାପାଖି ୫୦ ପ୍ରତିଶତ ବ୍ୟାକ୍ଟେରିଆ ଜିଭରେ ରହିଥାଏ । ସେଥିପାଇଁ ନିଶ୍ୱାସ ଦ୍ୱାରା ନିର୍ଗତ ହେଉଥିବା ଦୁର୍ଗନ୍ଧ ଏବଂ ବ୍ୟାକ୍ଟରିଆରୁ ମୁକ୍ତି ପାଇଁ ନିୟମିତ ଜିଭ ସଫା ରଖନ୍ତୁ । ନଚେତ୍ ଆପଣ ଭିନ୍ନ ଭିନ୍ନ ରୋଗର ସମୁଖୀନ ହୋଇପାରନ୍ତି ।

– ଯଦି ଆପଣଙ୍କ ଜିଭରେ ଧଳା ଦାଗ ହେଉଛି ତେବେ ଭୂତାଣୁ ଜନିତ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । ଏହି ସମସ୍ୟା ଦୀର୍ଘ ଦିନ ଧରି ହେବା ଫଳରେ ଶରୀରରେ ଲ୍ୱୁକପ୍ଲକିଆ ଭଳି ରୋଗ ହୋଇପାରେ । ଯାହା କର୍କଟ ରୋଗ ସହ ଜଡିତ ।

– ଯଦି ଆପଣଙ୍କ ଜିଭ ଗାଢା ଲାଲ୍ ଦେଖାଯାଉଛି । ତେବେ ଏହା କାୱାସାକି ରୋଗ ହେବାର ସଂକେତ । ଏହାଦ୍ୱାରା ଶରୀରର ଅନ୍ୟ ଅଂଶରେ ମଧ୍ୟ ଲାଲ୍ ଦାଗ ଦେଖାଦେଇଥାଏ । ଏବଂ ଭିଟାମିନ ବି୩ ହ୍ରାସ ହେବାର ଆଶଙ୍କା ଥାଏ ।

– ବିନା କାରଣରେ ଆପଣଙ୍କ ଜିଭ ପୋଡାଜଳା କରୁଛି କି । ତେବେ ଏହା ମଧୁମେୟ କିମ୍ବା ସଂକ୍ରମଣ ହେବାର ଆଶଙ୍କା ।

– ଯଦି ଆପଣଙ୍କ ଜିଭ ସାମାନ୍ୟ ହଳଦିଆ ଦେଖାଯାଉଛି । ତେବେ ଏହା ରକ୍ତହୀନତା ରୋଗ କିମ୍ବା ଜଣ୍ଡିସର ସଙ୍କେତ ।

– ଜିଭର ଅଗ୍ରଭାଗ ଲାଲ୍ ଦେଖାଗଲେ ଶରୀର ମଧ୍ୟରେ କ୍ଲାନ୍ତ ଓ ଦୁର୍ବଳ ଅନୁଭବ ହୋଇଥାଏ । ଏହା ସହିତ ମହିଳା ମାନଙ୍କ ଶରୀରରେ ମନୋପଜ ଆରମ୍ଭ ହେବାର ଲକ୍ଷଣ ହୋଇଥାଏ ।