ସାବଧାନ ! ପିଲାଙ୍କଠାରେ ଦେଖାଯାଉନାହିଁ ତ ଏଭଳି କୌଣସି ପରିବର୍ତ୍ତନ ତେବେ ଆପଣଙ୍କ ଶିଶୁ ବି ହୋଇପାରେ ଡାଇବେଟିସର ଶିକାର , ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

50

ଅଧିକାଂଶ ସମୟରେ ଏପରି ହୋଇଥାଏ କି, ପିଲାମାନଙ୍କର ଗତିବିଧିରେ କିଛି ପରିବର୍ତ୍ତନକୁ ଆମେ ଅଣଦେଖା କରିଦେଇଥାଉ ଆଉ ଆମକୁ ଲାଗିଥାଏ କି, ସେ ସମୟ ସହିତ ଠିକ୍ ହୋଇଯିବ ବୋଲି । କିନ୍ତୁ ଏଠାରେ ଆମେ କହି ରଖୁଛୁ କି,ଆମର ଏଭଳି ଚିନ୍ତାଧାରା ଭୁଲ ହୋଇପାରେ ଏବଂ ଏଥିପାଇଁ ପିଲାଟିର ଜୀବନ ମଧ୍ୟ ଯାଇପାରେ । ଆଜ୍ଞା ହଁ ! ଆମେ ଏଠାରେ ଡାଇବେଟିସ ତଥା ମଧୁମେହ ରୋଗ ସଂପର୍କରେ ହିଁ କହୁଛୁ । ପିଲାଙ୍କ ଆବଭାବରେ ଅଚାନକ୍ ପରିବର୍ତ୍ତନ ଆସିବା ଡାଇବେଟିସ ରୋଗର ଲକ୍ଷଣ ହୋଇପାରେ । ତେଣୁ ଆପଣଙ୍କର ସାମାନ୍ୟ ବି ଅସାବଧାନତା ଯୋଗୁଁ ଆପଣଙ୍କର ପିଲାର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ନିରାକରଣ ସଂପର୍କରେ.. ..

ଆଜିର ଦିନରେ ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଛି । ଯାହାର ଶିକାର କେହି ବି ହୋଇପାରନ୍ତି । ତେବେ ସେ କୌଣସି ଶିଶୁ ହେଉ କିମ୍ବା ବଡ ଲୋକ , ସଭିଏଁ ଏହି ରୋଗର ଶିକାର ହୋଇପାରନ୍ତି । ଶରୀର ଭିତରେ ଭିଟା-କୋଷିକାଗୁଡିକ ନଷ୍ଟ ହୋଇଯିବା କାରଣରୁ ମନୁଷ୍ୟ ଶରୀର ସନ୍ତୁଳନ ହରାଇବସିଥାଏ । ଯେଉଁ କାରଣରୁ ଶରୀରରେ ସୁଗାରର ସ୍ତର ବୃଦ୍ଧିପାଇବାରେ ଲାଗିଥାଏ । ଆଉ ଏହାଦ୍ୱାରା ହିଁ ଡାଇବେଟିସ୍ ଭଳି ବେମାରୀ ସୃଷ୍ଟି ହୋଇଥାଏ । ତେଣୁ ବେଳ ଥାଉ ଥାଉ ଯଦି ଏହି ରୋଗକୁ ଚିହ୍ନଟ କରାଯାଇପାରିବ ତେବେ ଏହା ଭବିଷ୍ୟତରେ ଭୟାବହ ରୂପ ଧାରଣ କରିପାରେ ବୋଲି କୌଣସି ଭୁଲ ହେବନି । ଏଭଳି ପରିସ୍ଥିତିରେ ଯଦି ଛୋଟ ପିଲାଙ୍କ କଥା ଉଠେ ତେବେ ପିଲାଙ୍କଠାରେ ଏହି ସବୁ ଲକ୍ଷଣ ନଜର ଆସିଲେ ଜାଣିପାରିବେ କି ଶିଶୁଟି ଏହି ରୋଗରେ ଆକ୍ରାନ୍ତ ହୋଇଛି କି ନାହିଁ ।

ପିଲାଙ୍କଠାରେ ଦେଖାଯାଉଥିବା ଡାଇବେଟିସର ଲକ୍ଷଣ

• ସୁଗାରର ସ୍ତର ବୃଦ୍ଧି ପାଇବା କାରଣରୁ ବାରମ୍ବାର ଶୋଷ ଲାଗିବା

• ସୁଗାର ଲେବଲ ବଢିବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା

• ଶୁଶୁଟିକୁ ବାରମ୍ବାର ଭୋକ ଲାଗିବା

• ସେହିପରି ଖାଦ୍ୟ ଖାଇବା ପରେ ବି ପିଲାଟିକୁ ହାଲିଆ ଲାଗିବା

• ପୃଷ୍ଟିକର ଖାଦ୍ୟ ଖାଇବା ସତ୍ୱେ ପିଲାଟିର ଦେହ ନଲାଗିବା ତଥା ଓଜନ ହ୍ରାସ ପାଇବା

• ପିଲାଟିକୁ ବାରମ୍ବାର ହାଲିକା ଲାଗିବା

• ଶିଶୁଟିକୁ ଡାଇପର ପିନ୍ଧାଇବା ମାତ୍ରକେ ଘା’ ହୋଇଯିବା

ଧ୍ୟାନ ରଖନ୍ତୁ କିଛି କଥା

• ପିଲାଙ୍କର ସମୟ ସମୟରେ ବ୍ଲଡ ସୁଗାର ଟେଷ୍ଟ କରନ୍ତୁ ଏବଂ ସେହି ହିସାବରେ ଇନସ୍ୟୁଲିନ ଦିଅନ୍ତୁ ।

• ପିଲାଙ୍କୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ ଏବଂ ଖାଦ୍ୟରେ ଅଧିକରୁ ଅଧିକ ମାତ୍ରାରେ ପୌଷ୍ଟିକ ଆହାର ସାମିଲ କରନ୍ତୁ ।

• ପିଲାଙ୍କୁ ନିୟମିତ ବ୍ୟାୟାମ କରାଇବାର ପ୍ରୟାସ କରନ୍ତୁ ।