ଖରା ଦିନ ଆସିଗଲା: ନିୟନ୍ତ୍ରଣ କରନ୍ତୁ ଆପଣଙ୍କ ଓଜନ, ଗରମ ଦିନେ ଏହିସବୁ କାରଣରୁ ବଢିଥାଏ ଓଜନ

47

ଖରାଦିନେ ଏମିତି ଅନେକ ଭୁଲ୍ ଯୋଗୁଁ ଓଜନ ବଢ଼ିଥାଏ । ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍ ଫୁଡ୍ ଖାଆନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ତଳେ ଦିଆଯାଇଥିବା ଏହି ସବୁ ଏଡ଼ାଇ ଚାଲନ୍ତୁ ।

କମ୍ ସମୟ ଶୋଇବା: ନୀଦ ପୂରା ନ ହେଲେ ମେଟାବୋଲିଜମ୍ ଖରାପ ହୋଇଥାଏ । ଭୋକ ଅଧିକ ଲାଗିଥାଏ, ଏହା ଯୋଗୁଁ ଓଜନ ବଢିଥାଏ ।

ଅଧିକ କୋଲ୍ଡ୍ ଡ୍ରିଙ୍କସ ପିଇବା: ଏଥିରେ ବହୁତ ମାତ୍ରାରେ କ୍ୟାଲୋରି ଓ ଫ୍ରୁକ୍ଟୋଜ୍ ନାମକ ଚିନି ରହିଥାଏ, ଯେଉଁଥିପାଇଁ ଓଜନ ବଢିଥାଏ ।

ଆଉଟିଂ ସମୟରେ ଫାଷ୍ଟଫୁଡ ଖାଇବା: ପିଜ୍ଜା, ବର୍ଗର, ନୁଡଲ୍ସ୍ ଭଳି ଫାଷ୍ଟଫୁଡରେ ଥିବା ଫ୍ୟାଟ୍ ଓ କ୍ୟାଲୋରିରୁ ଓଜନ ବଢ଼ିଥାଏ ।

ଆଇସ୍କ୍ରିମ, ଫ୍ରୋଜନ୍ ଖାଦ୍ୟ ଅଧିକ ଖାଇବା: ଏଥିରେ ବହୁତ ପରିମାଣରେ ଚିନି ଓ ଫ୍ୟାଟ୍ ଥାଏ, ଯେଉଁଥିପାଇଁ ଓଜନ ବଢ଼ିଥାଏ ।

ରାତ୍ରି ଭୋଜନ ବିଳମ୍ବରେ କରିବା: ରାତିରେ ମେଟାବୋଲିଜମ୍ ଧୀର ହୋଇଯାଏ । ଠିକ ଭାବରେ କ୍ୟାଲୋରି ବର୍ଣ୍ଣିଂ ହୋଇପାରି ନ ଥାଏ ଏଥିପାଇଁ ଓଜନ ବଢିଯାଏ ।

ଅଧିକ ମାତ୍ରାରେ ଜୁସ୍ ଓ ସେକ୍ ପିଇବା: ଏଥିରେ ଚିନି ଓ କ୍ୟାଲୋରି ବହୁତ ଅଧିକ ମାତ୍ରାରେ ଥାଏ, ଯେଉଁଥିପାଇଁ ଓଜନ ବଢିଯାଏ ।

ଅଧିକ ପାର୍ଟି କରିବା: ବିଳମ୍ବିତ ରାତିଯାଏଁ ପାର୍ଟି, ଜଙ୍କ୍ ଫୁଡ୍ ଓ ଆଲକହଲ୍ ଓଜନ ବଢାଇ ଦିଏ ।