କିପରି ହେବେ ଆପଣଙ୍କ ବସଙ୍କ ପ୍ରିୟପାତ୍ର ! ମନେ ରଖନ୍ତୁ ଏହି ୪ଟି କଥା

71

ଆପଣ ଅଧିକାଂଶ ସମୟରେ ଦେଖିବାକୁ ପାଇଥିବେ କିଛି ଲୋକ ନିଜ ବସ୍ ବା ମାଲିକଙ୍କ ଅତି ଖାସ୍ ହୋଇଥାନ୍ତି । ତେବେ ଆପଣ ମଧ୍ୟ ଆପଣଙ୍କ ବସଙ୍କର ପ୍ରିୟପାତ୍ର ହୋଇପାରିବେ ମାତ୍ର ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ନିଶ୍ଟୟ ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସଂପର୍କରେ ।

ସମୟ ଉପରେ ଧ୍ୟାନ ଦିଅନ୍ତୁ

ଚେଷ୍ଟା କରନ୍ତୁ କି ଆପଣ ସବୁବେଳେ ଅଫିସରେ ସମୟ ପୂର୍ବରୁ ପହଂଚିବାକୁ । କାରଣ ଯେଉଁ ଲୋକ ଠିକ୍ ସମୟରେ ଅଫିସ ଯାଇଥାନ୍ତି ସେ ବସ୍ ବା ମାଲିକଙ୍କ ସାମ୍ନାରେ ସବୁବେଳେ ସକାରତ୍ମକ ରହିଥାନ୍ତି ।

ବସଙ୍କ ବିରୋଧରେ ଗୋସିପ୍ କରନ୍ତୁ ନାହିିଁ

ଅଧିକାଂଶ ଅଫିସରେ କିଛି କର୍ମଚାରୀ ବସଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ତାଙ୍କ ବିଷୟରେ ଭଲମନ୍ଦ କହିବାରେ ଲାଗିପଡନ୍ତି । ତେବେ ଆପଣ ସବୁବେଳେ ଏଭଳି ପ୍ରବୃତ୍ତିର ଲୋକଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ‘ବସ୍ ଇଜ୍ ଅଲୱେଜ୍ ରାଇଟ୍’ ଭଳି କଥାକୁ ମନ ଭିତରେ ସ୍ଥାନ ଦିଅନ୍ତୁ । ବସଙ୍କ ପ୍ରତିଟି କଥାକୁ ପଜେଟିଭି ଭାବେ ଗ୍ରହଣ କରନ୍ତୁ । କାରଣ ସେ ଅନେକ କଥା ଆପଣଙ୍କ ଭଲ ପାଇଁ ହିଁ କହିଥାନ୍ତି ।

ଖୋସାମତିରୁ ଦୂରେଇ ରୁହନ୍ତୁ

ଅଫିସରେ କାମଚୋରୀ କରି ବସଙ୍କ ପ୍ରିୟ ପାତ୍ର ହେବାପାଇଁ କିଛି ସର୍ଟକଟ୍ ତରିକା ଆପଣେଇବା ଭଳି ପଣ୍ଡାରୁ ସବୁବେଳେ ନିଜକୁୁ ଦୂରେଇ ରଖନ୍ତୁ । କାରଣ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ବାକି କର୍ମଚାରୀଙ୍କ ନଜରରେ ଆପଣ ବସଙ୍କ ଚାମଚା ବୋଲି ବିବେଚିତ ହୋଇପାରନ୍ତି । ତେବେ ନିଜର କାମକୁ ପୁରା ନିଷ୍ଠାର ସହିତ କରନ୍ତୁ ଏବଂ ନିଜକୁ ଜଣେ ଭଲ ତଥା କର୍ମଷ୍ଠ କର୍ମଚାରୀ ଭାବେ ପ୍ରମାଣିତ କରନ୍ତୁ ।

ଇନିସିଏଟିଭ୍ ନିଅନ୍ତୁ

ସାଧାରତଃ ବସଙ୍କୁ ସେହି ଲୋକ ପସନ୍ଦ ଥାନ୍ତି ଯେଉଁମାନେ କି ତାଙ୍କୁ କୌଣସି ପ୍ରକାରର ଟେନସନ ଦେଇନଥାନ୍ତି ଏବଂ ପ୍ରତିଟି କାମକୁ କହିବା ପୂର୍ବରୁ ହିଁ କରି ଦେଇଥାନ୍ତି । ତେଣୁ ଏପରି କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜ ଭିତରେ ସେଭଳି ମନୋଭାବ ଆଣିବା ଆବଶ୍ୟକ ।