ଯଦି ଗାଡିରେ ଯାତ୍ରା କରିବା ବେଳେ ହେଉଛି ବାନ୍ତି ତେବେ ଏ ହେଉଛି ସବୁଠୁ ସରଳ ଉପାୟ । କେବେ ହେବ ନାହିଁ ବାନ୍ତି

553

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଗାଡିରେ ଯାତ୍ରା କରିବା ମାତ୍ରକେ କିଛି ଲୋକେ ବାନ୍ତି କରିବା ଆରମ୍ଭ କରିଦେଇଥାନ୍ତି । ଏପରିକି ଏହି ବାନ୍ତି ହେବା ଭୟରେ କିଛି ଲୋକ ତ ଘରୁ ବାହାରକୁ ବି ଯିବାକୁ ପସନ୍ଦ କରିନଥାନ୍ତି । ତେବେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ବଦ୍ଧିତ ପ୍ରଦୁଷଣ କାରଣରୁ ଏଭଳି ହୋଇଥାଏ । ନଚେତ୍ ଭୁଲ ଖାଦ୍ୟ ପେୟ ପାଇଁ ବି କିଛି ଲୋକଙ୍କର ବାନ୍ତି ହୋଇଥାଏ ।

କିନ୍ତୁ ଏହି ବାନ୍ତିରୁ ବର୍ତ୍ତିବା ପାଇଁ ସବୁଠୁ ସରଳ ଏବଂ ସିଧା ଉପାୟ ଆପଣ ବ୍ୟବହାର କରୁଥିବା ମାଚିସ୍ କାଠି(ଦିଆସିଲି କାଠି)ରେ ହିଁ ଲୁଚି ରହିଛି । ମାଚିସ୍ କାଠିର ଆଗ ଭାଗ ଅଂଶରେ ବାରୁଦ ରହିଥାଏ । ଏଣୁ ଏହାର ଆଗ ଭାଗ ଅଂଶକୁ ଭାଙ୍ଗି ଫୋପାଡି ଦିଅନ୍ତୁ ଏବଂ ବାକି ବଳି ପଡିଥିବା କାଠିକୁ ଦାନ୍ତ ମଝିରେ ଚାପି ରଖନ୍ତୁ । ଏଭଳି କରିବା ଦ୍ୱାରା ଯଦି ଆପଣ ସାରା ଦିନ ବି ଗାଡିରେ ବସି ବୁଲୁଥିବେ ତଥାପି ଆପଣଙ୍କର ବାନ୍ତି ହେବ ନାହିଁ ।

ଏହାଛଡା ବାନ୍ତି ରୋକିବାକୁ ଆପଣ ଅନ୍ୟାନ୍ୟ ଘରୋଇ ଉପଚାର ବି ଅବଲମ୍ବନ କରିପାରିବେ ।

ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ ।

ପିଆଜ ରସ : ଯାତ୍ରାରେ ଯିବାର ଠିକ୍ ଅଧଘଂଟା ପୂର୍ବରୁ ଏକ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ଖାଆନ୍ତୁ । ଏପରି କଲେ ବାନ୍ତି ହେବ ନାହିଁ । ଯଦି ଆପଣଙ୍କ ଲମ୍ବା ବାଟ ଯାତ୍ରା କରୁଛନ୍ତି ତେବେ ସାଥିରେ ଏହି ରସ ନେଇ ଯାଆନ୍ତୁ ।

ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ । ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ ।

ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ । ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ । ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ ।

ପୁଦିନା : ପୁଦିନା ପେଟା ମାଂସପେଶୀକୁ ଆରାମ ଦେଇଥାଏ । ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ । କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ । ସେହିପରି ପୁଦିନା ପତ୍ରରେ ଚା’ ତିଆରି କରି ସେଥିରେ ଏକ ଚାମଚ ମହୁ ପକାନ୍ତୁ । ଯିବା ପୂର୍ବରୁ ଏହାକୁ ପିଇଲେ ବାନ୍ତି ଲାଗି ନଥାଏ ।