ଶୀତ ଦିନରେ ଆପଣଙ୍କର ପାଦ ଫାଟୁଛି କି? କମ୍ ସମୟରେ ଏହି ସମସ୍ୟା ଦୂର କରିପାରିବେ , ଆପଣାନ୍ତୁ ଏହି ତରିକା

38

ଶୀତ ଆରମ୍ଭ ହୋଇଯାଇଛି । ଏବଂ ଏହି ଦିନରେ ଥଣ୍ଡାରେ ଧୂଳି , ମାଟି ଓ ଖରା ଶରୀର ଉପରେ ପ୍ରଭାବ ପକାଇଥାଏ । ଆଉ ଡ୍ରାଇ ସ୍କିନର ସମସ୍ୟା ଦେଖାଦିଏ । ଆଉ ପାଦ ଫାଟିବା ଏକ ସାଧାରଣ କଥା ପାଲଟିଯାଏ । ଯଦି ଆପଣ ମଧ୍ୟ ଏହି ପାଦ ଫଟା ସମସ୍ୟାରେ ପଡିଛନ୍ତି , ଏହି ଉପାୟକୁ ଜାଣନ୍ତୁ – ମିନିଟରେ ସମସ୍ୟାକୁ ଦୂର କରିପାରିବେ । ଆଉ ଆପଣଙ୍କ ପାଦ ହୋଇଯିବ କୋମଳ ।

୧ – ସକାଳେ ଗାଧୋଇବା ପୂର୍ବରୁ ଆପଣ ନିଜର ପାଦରେ ଫୁଟ୍ କ୍ରିମ୍ ବା ତୈଳ ନିୟମିତ ଭାବେ ପାଂଚ ମିନିଟ୍ ମସାଜ କରନ୍ତୁ । ଏବଂ ସ୍ନାନ ପରେ ଏହା ଉପରେ ହାଲକା ମଶ୍ଚରାଇଜିଂ କ୍ରିମ୍ ଲଗାନ୍ତୁ । ଆପଣଙ୍କର ପାଦକୁ ପର୍ଯ୍ୟାପ୍ତ ନରମ ଲାଗିବ ଓ ତ୍ୱଚାରେ ଶୁଷ୍କତା ରହିବନି । ସ୍ନାନ ପରେ ପାଣିରେ ବାଥ୍ ସଲଟ ବା ବାଥିଂ ଅଏଲର ବ୍ୟବହାର କରନ୍ତୁ ।

୨ – ଯେଉଁଭଳି ଭାବେ ଫେସିଆଲ୍ ଓ ମ୍ୟାନିକ୍ୟୁରର ଥଣ୍ଡା ଦିନରେ ଖୁବ୍ ଆବଶ୍ୟକ ଅଟେ । ସେହିପରି ସପ୍ତାହରେ ଥରେ ପେଡିକ୍ୟୋର ମଧ୍ୟ ବହୁତ ଜରୁରୀ ଅଟେ । ସପ୍ତାହରେ ଥରେ ପାଦକୁ ସଫା କରି ଏହାର ସ୍କ୍ରବିଂ କରନ୍ତୁ । ଯଦି ବଜାରରେ ମିଳୁଥିବା ସ୍କ୍ରବ ଉପରେ ଆପଣଙ୍କର ଭରସା ନାହିଁ । ତେବେ ବେସନ ରେ ଲେମ୍ବୁ ରସ ମିଶାଇ ପାଦରେ ସ୍କ୍ରବ କରନ୍ତୁ । ଏହା ପ୍ରାକୃତିକ ସ୍କ୍ରବ ଅଟେ । ଏହାପରେ ଅଳ୍ପ ଉଷୁମ ପାଣିରେ କିଛି ବଡି ୱାଶ୍ ମିଶାଇ ପାଦକୁ କିଛି ସମୟ ଟବ୍ ରେ ରଖନ୍ତୁ ।

୩ – ପ୍ରତିଦିନ ଶୋଇବା ପୂର୍ବରୁ ପାଦକୁ ଭଲ ଭାବେ ସଫା କରନ୍ତୁ ଏବଂ ଏଥିରେ ଫୁଟ୍ କ୍ରିମ୍ ଦ୍ୱାରା ପାଂଚ ମିନିଟ୍ ଯାଏ ମସାଜ କରନ୍ତୁ । ଏହାଦ୍ୱାରା ଦିନଯାକର ଥକାପଣ ,ପ୍ରଦୂଷଣ ଆଦି ଦ୍ୱାରା ଶୁଖି ଯାଇତିବା ପାଦର ତ୍ୱଚାରେ କୋମଳତା ଆସିଯିବା । ଆଉ ଆପଣଙ୍କର କ୍ଲାନ୍ତ ମଧ୍ୟ ଦୂର ହୋଇଯିବ ।