ପିଲାମାନେ କାହିଁକି କରନ୍ତି ଆତ୍ମହତ୍ୟା ଭଳି ବଡ ଭୁଲ୍ ? ପରୀକ୍ଷା ଜନିତ ସମସ୍ୟା ଥାଏ, ନା ଅନ୍ୟ କିଛି କାରଣ . . .

3

ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ କାରଣ ଏବଂ ଉପାୟ ସଂପର୍କରେ ଜଚ୍ଚାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

ପରୀକ୍ଷା ଜନିତ ଚାପ ଆଜିକା ପିଢୀ ପାଇଁ ଏକ ଏଭଳି ସମସ୍ୟା ପାଲଟିଯାଇଛି କି, ଅନେକ ପିଲା ଏହାକୁ ନିଜ ଜୀବନର ଏକ ବଡ ସମସ୍ୟା ବୋଲି ଭାବି ନେଇଛନ୍ତି । ଖାଲି ସେତିକି ନୁହେଁ ପରୀକ୍ଷାକୁ ନେଇ ସେମାନେ ଏତେ ମାତ୍ରାରେ ପ୍ରଭାବିତ ହୋଇପଡିନ୍ତି କି ବାର୍ଷିକ ପରୀକ୍ଷା ଆସିବା ପୂର୍ବରୁ ହିଁ ସେମାନେ ଆତ୍ମହତ୍ୟାର ମାର୍ଗକୁ ବାଛି ନିଅନ୍ତି । ଏବଂ ଅନେକ ପିଲା ମଧ୍ୟ ପରୀକ୍ଷାରେ ଫେଲ୍ ହେବା କାରଣରୁ ମଧ୍ୟ ମୃତ୍ୟୁର ରାସ୍ତାକୁ ଚୟନ କରିଥାନ୍ତି ।

• ପିଲାଙ୍କୁ ପରୀକ୍ଷାରେ ଭଲ ନମ୍ବର ରଖିବାକୁ ବାପା-ମାଆ ଏବଂ ଶିକ୍ଷକମାନେ ପକାଉଥିବା ଚାପ ହିଁ ସେମାନଙ୍କ ଏହି ମାନସିକ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ । ଗୋଟେ ପଟେ ପରୀକ୍ଷାରେ ଭଲ ନମ୍ବର ଆଣିବା ଓ ଅନ୍ୟ ପଟେ ପରିବାର ଏବଂ ଶିକ୍ଷକଙ୍କ ଆଶାକୁ ସଫଳ କରିବା ଭଳି ଚାପ ସେମାନଙ୍କ ଉପରେ ଭାରି ପଡିଯାଏ । ଆଉ ଏହି ସମସ୍ୟାକୁ ସବୁଦିନ ପାଇଁ ଶେଷ କରିବା ପାଇଁ ପିଲାମାନଙ୍କୁ କେବଳ ଗୋଟିଏ ହିଁ ବାଟ ଦେଖାଯାଇଥାଏ,ସେ ହେଲା ମୃତ୍ୟୁର ରାସ୍ତା ବା ଆତ୍ମହତ୍ୟା ।

କଣ କରିବେ-

ଏହି ସମୟରେ ପିଲାମାନଙ୍କ ଉପରେ ଅଧିକ ଚାପ ନ ଦେଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଏଥିସହ ବୁଝିବାକୁ ଚେଷ୍ଟା କରନ୍ତୁ କି ପିଲାଟିର ରୁଚି କଣ ଆଉ ତା’ର ପ୍ରତିଭା କଣ ? ନିଜ ପିଲାଙ୍କ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ତାକୁ ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତୁ ।

• ଅନେକ ସମୟରେ ଗୋଟିଏ ସନ୍ତାନ ଥିବା ଅଭିଭାବକମାନେ ପିଲାବେଳରୁ ହିଁ ନିଜ ସନ୍ତାନକୁ ଏତେ ଗେହ୍ନା କରି ପକାନ୍ତି କି ଏହି ଚକ୍କରରେ ସେମାନଙ୍କ ପ୍ରତିଟି ଇଚ୍ଛାକୁ ପୁରଣ କରିବାରେ ଲାଗି ପଡନ୍ତି । ଯାହା ପିଲାଟିକୁ ଅଧିକ ଜିଦ୍ଦି କରି ପକାଇଥାଏ । ଆଉ ଯାହାକୁ ଭୋଗିବାକୁ ପଡିଥାଏ ଖୋଦ୍ ବାପା-ମାଆଙ୍କୁ । କାରଣ ଯଦି କୌଣସି ଜିନିଷ ପାଇଁ ସେମାନଙ୍କୁ ମନା କରାଯାଏ ତେବେ ସେ ଏତେ ମାତ୍ରାରେ ନିରାଶ ହୋଇପଡନ୍ତି କି ଆତ୍ମହତ୍ୟାର ମାର୍ଗକୁ ଚୟନ କରିବାକୁ ବାଧ୍ୟ ହୁଅନ୍ତି ।

କଣ କରିବେ-

ଏଥିପାଇଁ ଆପଣ ନିଜେ ଚିନ୍ତା କରନ୍ତୁ କି ଆପଣ ଆପଣଙ୍କ ପିଲାମାନଙ୍କର କିଭଳି ଯତ୍ନ ନେବେ । ତାଙ୍କର କେଉଁ କଥା ପୁରଣ କରିବେ ଆଉ କେଉଁ କଥାକୁ ନୁହେଁ । ତେବେ ସେମାନଙ୍କ ସବୁ ଜିଦ୍ଦକୁ ପୁରଣ କରିବା ଅନୁଚିତ୍ । ଯେଉଁ ଜିନିଷ ସେମାନଙ୍କ ପାଇଁ ଅତି ଆବଶ୍ୟକ ସେଗୁଡିକ ହିଁ ପୁରଣ କରନ୍ତୁ । ହଁ ,କିନ୍ତୁ ସଙ୍ଗେ ସଙ୍ଗେ ନୁହେଁ ।

• ପିଲମାନଙ୍କ ଆତ୍ମହତ୍ୟା କରିବାର ଅନ୍ୟ ଏକ ବଡ କାରଣ ହେଲା, ବାପା-ମାଆଙ୍କ ମଧ୍ୟରେ ଥିବା ଦୂରତା । ଅର୍ଥାତ୍ ଛାଡପତ୍ର । ତେବେ ଏହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ସେମାନଙ୍କୁ ଉଭୟଙ୍କ ଭଲପାଇବା ମିଳି ନଥାଏ । ଏହି ସମୟରେ ସେମାନେ ଯେତେବେଳେ ଅନ୍ୟ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ ସ୍ନେହ କରିବାର ଦେଖିଥାନ୍ତି ସେତେବେଳେ ସେମାନେ ନିଜ ଜୀବନର ଅଭାବକୁ ଅନୁଭବ କରିଥାନ୍ତି । ଯାହା କାରଣରୁ ସେ ଚିଡଚିଡା ହୋଇ ଯାଆନ୍ତି । ତେବେ ଅନେକ ସମୟରେ ମଧ୍ୟ ଶୁଣିବାକୁ ମିଳିଛି କି ଏହାକୁ ନେଇ ମଧ୍ୟ ଅନେକ ପିଲା ଆତ୍ମହତ୍ୟା କରିଥାନ୍ତି ।

କଣ କରିବେ-

ପ୍ରତିଟି ବାପା-ମାଆ ଏକଥାକୁ ନିଶ୍ଚୟ ଧ୍ୟାନ ଦେବା ଦରକାର କି ନିଜ ସଂପର୍କରେ ଥିବା କୌଣସି ବି ସମସ୍ୟାକୁ ପିଲାଙ୍କ ଉପରେ ପଡିବାକୁ ଦିଅନ୍ତୁ ନାହିଁ । ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ପିଲାଙ୍କ ପାଳନ ପାଳନ ଉପରେ ଯେପରି ନ ପଡେ । ଏବଂ ପିଲାଙ୍କୁ ସଂପୂର୍ଣ୍ଣ ଭଲ ପାଇବା ଦିଅନ୍ତୁ ଯାହା ସେମାନେ ପାଇବାକୁ ହକଦାର ଅଟନ୍ତି ।

Comments are closed.