ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି ଚାହାଁନ୍ତି କି ? ମନେ ରଖନ୍ତୁ କିଛି ଟିପ୍ସ

75

ବଦଳୁଥିବା ପାଣିପାଗ ଏବଂ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଲୋକମାନେ ସାଧାରଣତଃ ବିଭିନ୍ନ ରୋଗବ୍ୟାଧିର ଶିକାର ହୋଇଥାନ୍ତି । ବର୍ତ୍ତମାନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଛି । ଯାହା କାରଣରୁ ସହଜରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି । ମାତ୍ର ଆମେ ଆପଣଙ୍କୁ ଆଜି ୭ଟି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

• ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥାନ୍ତି । ମାତ୍ର ଏହି ସମସ୍ୟା ମଣିଷକୁ ଭିତରେ ଭିତରେ ମାରି ଦେଇଥାଏ । ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏଭଳି ସମସ୍ୟାରୁ ନିଜକୁ ସବୁବେଳେ ଦୂରେଇ ରୁହନ୍ତୁ ।

• ପରିଷ୍କାର ପରିଚ୍ଛନ୍ନ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଅଧିକତର ରୋଗ ସାଧାରଣତଃ ଅପରିଷ୍କାର କାରଣରୁ ହିଁ ବ୍ୟାପିଥାଏ । ଅପରିଷ୍କାର ସ୍ଥାନରେ ବିଭିନ୍ନ ପ୍ରକାରର ରୋଗଜୀବାଣୁ ନିଜର ବଂଶବିସ୍ତାର କରିଥାନ୍ତି ଓ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି ।

• ରୋଗରୁ ମୁକ୍ତି ପାଇବାପାଇଁ କେବଳ ଯେ ଆଖପାଖ ପରିବେଶକୁ ସଫା ରଖିବା ଦରକାର ତାହାନୁହେଁ ବରଂ ଏହାସହ ନିଜ ଶରୀରକୁ ମଧ୍ୟ ସଫା ରଖିବା ଅତ୍ୟନ୍ତ ଜରୁରୀ ଅଟେ । ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲଭାବରେ ସଫା କରି ଖାଇବା ଉଚିତ ।

• କମଜୋରି ବା ଦୁର୍ବଳତା ଅନୁଭବ କରୁଥିଲେ ବାହାରକୁ ନ ଯାଇ ଘରେ ବିଶ୍ରାମ ନେବା ଉଚିତ । ଯଦି ଏହି ସମୟରେ ବାହାରକୁ ଯାନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇଥାଏ ।

• ଦୀର୍ଘ ଦିନ ଧରି ଏକ ସୁସ୍ଥ ଓ ବଳିଷ୍ଠ ଜୀବନ ବଂଚିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରତିଦିନ ଅଧଘଂଟା ଲେଖାଏଁ ବ୍ୟାୟାମ କିମ୍ବା ଯୋଗ କରିବାର ଅଭ୍ୟାସ ରଖିବା ଉଚିତ ।

• ସବୁଦିନ ପାଇଁ ସୁସ୍ଥ ରହିବାକୁ ହେଲେ ଆପଣ କରୁଥିବା ଡାଇଟ୍ ଉପରେ ଧ୍ୟାନ ଦେବା ଉଚିତ । ଏଥିପାଇ ସବୁବେଳେ ଖାଦ୍ୟରେ ଉପଯୁକ୍ତ ପରିମାଣର ପୌଷ୍ଟକ ଆହାର ସେବନ କରିବା ଉଚିତ ।

• ଯଦି ଆପଣଙ୍କର କେବେ କୌଣସି ପ୍ରକାର ଜ୍ୱର କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ମନେ ରଖନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ଔଷଧ ସେବନ କରିବା ଅନୁଚିତ । ଖାଲି ସେତିକି ନୁହେଁ ଛୋଟ ଛୋଟ ଜ୍ୱର ପାଇଁ ମଧ୍ୟ କୌଣସି ପ୍ରକାରର ପେନ କିଲର ଭଳି ଔଷଧ ଖାଇବା ଉଚିତ ନୁହେଁ କାରଣ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।