ଅନଲାଇନ୍ ଡେଟିଂ କରୁଛନ୍ତି କି ? ତେବେ ମନେ ରଖନ୍ତୁ ଏହି ୭ଟି କଥା

37

ଏକ ଅଧ୍ୟୟନରୁ ଏକଥା ସମ୍ନାକୁ ଆସିଛି କି,ଡେଟିଂ ସାଇଟମାନଙ୍କରେ ଏକ ପ୍ରଭାବଶାଳୀ ‘ପ୍ରୋଫାଇଲ୍’ ଆପଣଙ୍କ ଅନଲାଇନ୍ ପ୍ରେମକୁ ଖୋଜିବା ପାଇଁ ରାସ୍ତା ତିଆରି କରିଥାଏ । ଏଥିସହ ତାକୁ ଭାଙ୍ଗିବାରେ ମଧ୍ୟ ଦାୟୀ ହୋଇଥାଏ ।

ଯଦି ଆପଣ ଅନଲାଇନ୍ ଜରିଆରେ ଆପଣଙ୍କ ପ୍ରେମକୁ ଖୋଜୁଛନ୍ତି ତେବେ ଏକ ଭଲ ‘ପ୍ରୋଫାଇଲ’ ସେହି ପ୍ରେମ ପାଖରେ ପହିଂଚିବା ପାଇଁ ଚାବିକାଠି ହୋଇଥାଏ । ଯଦିଓ ଗୋଟେ ଭଲ ଫଟୋ ମାଧ୍ୟମରେ ଆପଣ ଆପଣଙ୍କ ‘ପ୍ରୋଫାଇଲ’କୁ ଭଲ କରିପାରୁଛନ୍ତି ତେବେ ଏଥିସହ ନିଜର ପ୍ରକୃତ ପ୍ରେମ ପାଇବାପାଇଁ ଆପଣଙ୍କୁ ନିଜର ‘ପ୍ରୋଫାଇଲ’କୁ ଅଧିକ ଆକର୍ଷଣୀୟ ଏବଂ ମନ ମୋହି ନେଲାଭଳି ତିଆରି କରିବା ପଡିବ ।

ତେବେ ଗବେଷକଙ୍କ ମତରେ ଅନଲାଇନ୍ ଡେଟିଂ କରିବା ସମୟରେ ନିଶ୍ଚୟ ଭାବେ ଏହିସମସ୍ତ କଥା ଉପରେ ଧ୍ୟାନ ଦେବାକୁ ଆପଣଙ୍କୁ ପଡିବ । ତେବେ ସେଗୁଡିକ ହେଲା-

• ନିଜ ‘ପ୍ରୋଫାଇଲ’ରେ ନିଜର ସମସ୍ତ ଭଲ କ୍ୱାଲିଟି ସଂପର୍କରେ ଜଣାନ୍ତୁ ।

• ଅଧିକ ଆକର୍ଷଣୀୟ ‘ପ୍ରୋଫାଇଲ’ ପାଇଁ ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରନ୍ତୁ ।

• ସର୍ବଦା ସେହି ଗୁଣ ସଂପର୍କରେ ଜଣାନ୍ତୁ ଯାହା ଆପଣ ଆପଣଙ୍କ ପ୍ରେମରେ ଦେଖିବାକୁ ଚାହୁଁଛନ୍ତି ।

• ନିଜ ବିଷୟରେ ସକରାତ୍ମକ କଥା ବେଶି ଉପସ୍ଥାପନା କରନ୍ତୁ ।

• ଅନ୍ୟଙ୍କଠାରୁ ନିଜ ପ୍ରୋଫାଇଲକୁ ଅଧିକ ଭଲ ଏବଂ ବିଶେଷ କରିବା ପାଇଁ ଏକ ଆକର୍ଷଣୀୟ ହାତ ଲେଖା ଦିଅନ୍ତୁ ।

• ସେହି ମୁହୂର୍ତ୍ତର ଫଟୋ ପୋଷ୍ଟ କରନ୍ତୁ , ଯେଉଁଥିରେ ଆପଣ ସେହି କାମ କରୁଥିବେ ଯାହା ଆପଣଙ୍କର ବହୁତ ପସନ୍ଦ ଅଟେ ।

• ‘ପ୍ରୋଫାଇଲ’ରେ କିଛି ବି ଲେଖିବା ପୂର୍ବରୁ ସେଗୁଡିକୁ ଟିକେ ଭଲଭାବେ ପରଖି ନିଅନ୍ତୁ । କାରଣ ଆପଣ ଲେଖିଥିବା ଭାଷାରେ ଯଦି କୌଣସି ପ୍ରକାର ଭୁଲ୍ ଥାଏ ତେବେ ଏହା ଆପଣଙ୍କ ପ୍ରତି ଏକ ଖରାପ ମନୋଭାବ ସୃଷ୍ଟି କରିଥାଏ ।