ଯେବେ ସାଥୀ ରୁହନ୍ତି ଦୂରରେ! ସଫଳ ସଂପର୍କ ପାଇଁ କିଛି ମନ୍ତ୍ର

75

ଦୂରରେ ଥିଲେ ସାଥୀ ସହ ସବୁଦିନ ଦେଖା କରିବା ଏବଂ ଏକାଠି ସମୟ ବିତାଇବା ସମ୍ଭବ ହୋଇ ନଥାଏ । ଯାହାକୁ ନେଇ ଅନେକ ସମୟରେ ଝଗଡା ହେବା ସହ ସଂପର୍କରେ ଧୀରେ ଧୀରେ ଦୂରତା ମଧ୍ୟ ଆସିଥାଏ । ତେବେ ବାଟର ଦୂରତା ଯେପରି ସଂପର୍କରେ ଦୂରତା ହୋଇ ନଯାଉ ସେଥିପାଇଁ ଆପଣାନ୍ତୁ ଏମିତି କିଛି ଉପାୟ ଯାହା ଦ୍ୱାରା ଲାଗିବ କି ଆପଣଙ୍କ ପାର୍ଟନର୍ ଆପଣଙ୍କ ପାଖରେ ଅଛନ୍ତି ।

ସଂପର୍କର ଦୂରତାକୁ କମାଇବା ପାଇଁ ସୋସିଆଲ୍ ମିଡିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପରସ୍ପର ସହ ସମୟ ବିତାଇବା ସହ ସ୍ନେହ ଓ ପ୍ରେମ ଜତାଇବା ପାଇଁ ଏହା ଏକ ସହଜ ବାଟ । ତେଣୁ ଏହି ବାଟ ଆପଣାଇ ନିଜ ବ୍ୟସ୍ତ ଜୀବନ ଭିତରେ ମଧ୍ୟ  ନିଜ ସାଥୀ ସହ ସମୟ ବିତାଇପାରିବେ ।

ସେହିପରି ଆଉ ଏକ ବାଟ ହେଉଛି ଉପହାର । ଆପଣ ପରସ୍ପରକୁ ନିୟମିତ ବ୍ୟବଧାନରେ ଉପହାର ମଧ୍ୟ ପଠାଇପାରିବେ । ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୁଦୃଢ ହୋଇଥାଏ । କାରଣ ଉପହାର ପାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ତେବେ ଜରୁରୀ ନୁହେଁ ଉପହାରଟି ମହଙ୍ଗା ହେବା ଉଚିତ୍ । କାରଣ ଉପହାର ତ ଉପହାର ହୋଇଥାଏ ।

ତେବେ ସନ୍ଦେହ ଏକ ଏମିତି ରୋଗ ଯାହାର କୌଣସି ଔଷଧ ନାହିଁ । ବିନା କାରଣରେ ନିଜ ପାର୍ଟନରକୁ ସନ୍ଦେହ କଲେ ଧୀରେ ଧୀରେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସାଥୀକୁ ସନ୍ଦେହ ନ କରି କଥାବାର୍ତ୍ତା ଦ୍ୱାରା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ସଂପର୍କରେ ସବୁଠାରୁ ଜରୁରୀ ହେଉଛି ପରସ୍ପର ପ୍ରତି ବିଶ୍ୱାସ ଓ ସଚ୍ଚୋଟତା । ଯଦି ଆପଣ ଆପଣଙ୍କ ସଂପର୍କକୁ ନେଇ ସଚ୍ଚୋଟ ଅଛନ୍ତି ତେବେ ଦୂରତା ଆପଣଙ୍କ ସଂପର୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ।